ଜିନ୍ଦଲର ଆଗାମୀ ଦିନର ରୋଡମ୍ୟାପ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଗବତ କଲେ ଜିନ୍ଦଲ ମୁଖ୍ୟ

148

ଆନୁଷଙ୍ଗିକ ଷ୍ଟିଲ୍ କ୍ଲଷ୍ଟରର ବିକାଶକୁ ସୁଗମ କରିବା ଉପରେ ଦୃଷ୍ଟି ଦେବାକୁ ଜିନ୍ଦଲକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୨୦୩୦ ସୁଦ୍ଧା ବାର୍ଷିକ ୫୦ ମିଲିୟନ ଟନ ଇସ୍ପାତ ଇତ୍ପାଦନ ଜିନ୍ଦଲର ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜିନ୍ଦଲ) ବାର୍ଷିକ ୫୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବା ଦିଗରେ ଥିବା ଯୋଜନା ଓ ରୋଡମ୍ୟାପ୍ ଉପରେ ଶୁକ୍ରବାର ଜିନ୍ଦଲର ମୁଖ୍ୟ ନବୀନ ଜିନ୍ଦଲ ଏକ ପ୍ରଜେଂଟେସନ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ଏବଂ ପୂର୍ବୋଦୟରେ ୨୦୩୦ ସୁଦ୍ଧା ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନ କରିବା ଦିଗରେ ଜିନ୍ଦଲର ରଣନୈତିକ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଜିନ୍ଦଲ ଜାତୀୟ ଇସ୍ପାତ ଉତ୍ପାଦନ ଲକ୍ଷ୍ୟର ବାର୍ଷିକ ୫୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନ କରିବା ପାଇଁ ଆଗକୁ ବଢ଼ୁଥିବା ବେଳେ ପରିବେଶ ସହଯୋଗୀ ସବୁଜ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି । ଏହି ଅବସରରେ ଶ୍ରୀ ପ୍ରଧାନ ଜିନ୍ଦଲର ଟିମକୁ ଲୋ ଗ୍ରେଡ୍ ଫାଇନ ସହ ଅଧିକ ଭାଲ୍ୟୁ ଆଡ଼ିସନ, ଖଣି କ୍ଷମତା ବୃଦ୍ଧି ଓ ପୁଞ୍ଜି ତଥା ଆନୁଷଙ୍ଗିକ ଷ୍ଟିଲ୍ କ୍ଲଷ୍ଟରର ବିକାଶକୁ ସୁଗମ କରିବା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଓଡିଶାର ଅନୁଗୁଳରେ ଜେଏସପିଏଲର ଇସ୍ପାତ କାରଖାନା କ୍ଷମତାକୁ ଚାରି ଗୁଣରୁ ଅଧିକ ବୃଦ୍ଧି କରିବା ଏବଂ ଏହାକୁ ବିଶ୍ୱର ସବୁଠୁ ବଡ ଏକକ ଇସ୍ପାତ କାରଖାନା କରିବା ଯୋଜନା ମିଶନ ପୂର୍ବୋଦୟ ସହିତ ପୂର୍ବ ଭାରତର ବିକାଶକୁ ଗତି ଦେବ ଏବଂ ବ୍ୟାପକ ଭାବରେ ଓଡିଶାର ଯୁବକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.