ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ମିଃ. ଇମାନୁଏଲ ବୋନ

162

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ମିଃ. ଇମାନୁଏଲ୍ ବୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଆତଙ୍କବାଦ ମୁକାବିଲା, ସାଇବର ସୁରକ୍ଷା, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ଇତ୍ୟାଦି ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀରେ ଉଭୟ ଦେଶ ପକ୍ଷରୁ ହୋଇଥିବା ଅଗ୍ରଗତିକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ବୋନ ସାମୁଦ୍ରିକ ତଥା ବହୁପକ୍ଷୀୟ ସହଯୋଗ ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଭାରତ-ଫ୍ରାନ୍ସ ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ରାଷ୍ଟ୍ରପତି ମାକ୍ରୋନଙ୍କ ସହ ନିକଟ ଅତୀତରେ ହୋଇଥିବା ଆଲୋଚନାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅନୁକୂଳ ବାତାବରଣ ଆସିବା ମାତ୍ରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ ।

Leave A Reply

Your email address will not be published.