କିଟ୍ରେ ‘ଇନସ୍ପିରନ୍ ପ୍ରଦର୍ଶନୀ ଓ ଫନ୍ ବିଙ୍ଗ୍’

162

ଭୁବନେଶ୍ୱର,(ଡିକେ ନୁ୍ୟଜ୍): କିଟ୍ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁଶୁକ୍ରବାର “ଇନସ୍ପିରୋନ ପ୍ରଦର୍ଶନୀଏବଂ ଫନ୍ ବିଙ୍ଗ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ୍ର କ୍ଲବ୍ଗୁଡ଼ିକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏଥିରେଛାତ୍ରଛାତ୍ରୀମାନେ ଖାଦ୍ୟ ଷ୍ଟଲ, କୌତୁକ କ୍ରୀଡ଼ା ସମେତ ବିଜ୍ଞାନ ଭିତ୍ତିକ ପ୍ରକଳ୍ପପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀରେସୋନେଟ୍ ଲିଟେରାରି କ୍ଲବ,ଇନଫିନିଟି ମ୍ୟାଥ କ୍ଲବ, ଗ୍ରୀନ ବ୍ରିଜ୍,ସ୍ପେକ୍ଟ୍ରମ୍ ଫଟୋଗ୍ରାଫି କ୍ଲବ, ଆର୍କିମିଡିଜ୍ସାଇନ୍ସ କ୍ଲବ, ୟୁଥ୍ ଫିଲାଟେଲିକ୍ କ୍ଲବଓ ସରକାରୀ ମିଲେଟ୍ ଷ୍ଟଲ୍ ସମେତକିସ୍ ଉତ୍ପାଦ ଷ୍ଟଲ ଆଦିଖୋଲାଯାଇଥିଲା । ଚନ୍ଦ୍ରାୟନ- ୩ଠାରୁଆରମ୍ଭ କରି ଲେଖକ ଜୟନ୍ତମହାପାତ୍ରଙ୍କୁ ଜନ୍ମଦିନର ଶ୍ରଦ୍ଧାଞ୍ଜଳି,ବୁକ୍ ଫ୍ଲେକ୍ସ, ଜି-୨୦ ଇଣ୍ଡିଆ ଆଦିବିଷୟ ଛାତ୍ରଛାତ୍ରୀମାନେ ନିଜ ନିଜପ୍ରକଳ୍ପ ଉପସ୍ଥାପନ କରିଥିଲେ । ଏହିପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରତିଭାବାନଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଅଭିନବପ୍ରକଳ୍ପ ସବୁ ପ୍ରଦର୍ଶିତ ହୋଇଥିଲା ।ଏଥିରେ ଅତ୍ୟାଧୁନିକ ଜ୍ଞାନକୈଶଳଠାରୁଆରମ୍ଭ କରି ବୈଷୟିକ ଉଦ୍ଭାବନ,ଆକର୍ଷଣୀୟ କଳାକୃତି ଏବଂ ସାମାଜିକପଦକ୍ଷେପକୁ ଆଧାର କରି ପ୍ରତିଭା
ଏବଂ ସର୍ଜନଶୀଳତା ପ୍ରତିଫଳିତହୋଇଥିଲା । ବିଚାରକ ଭାବେ ଡିଏଭିକଟକର ପୂର୍ବତନ ଅଧ୍ୟକ୍ଷା ମୌସୁମୀଦାସ, କେଭି-୬ ସିନିୟର ପିଜିଟି ଏଚ୍ସି ମୁର୍ମୁ ଓ ଜୀବବିଜ୍ଞାନ ପ୍ରଶିକ୍ଷଣବିଶେଷଜ୍ଞ ସୌମ୍ୟ ରଞ୍ଜନ ପଟ୍ଟନାୟକଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁଉପାଧ୍ୟକ୍ଷ ପ୍ରିୟା ବାଧୱା ଓ ଅନ୍ତର୍ଜାତୀୟପାଠ୍ୟକ୍ରମ ମୁଖ୍ୟ ରୋରିମ୍ୟାକନାମାରା ପ୍ରମୁଖଙ୍କ ଉପସ୍ଥିତିରେଇଣ୍ଟରନ୍ୟାସ୍ନାଲ୍ ସ୍କୁଲ ଅଧ୍ୟକ୍ଷ ଡ.ସଞ୍ଜୟ ସୁଆର ଉଦ୍ଘାଟନକରିଥିଲେ । ଶିକ୍ଷା ଏବଂମନୋରଞ୍ଜନର ଏହି ଉତ୍ସବରେଶତାଧିକ ଛାତ୍ରଛାତ୍ରୀମାନେ ବହୁଆଗ୍ରହର ସହ ଅଂଶ ଗ୍ରହଣକରିଥିଲେ । ସୂଚନାଯୋଗ୍ୟ, କିଟ୍ ଓକିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କପ୍ରୟାସ ଓ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲଚେୟାରପର୍ସନ ଡ.ମୋନା ଲିସାବଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେପ୍ରତିବର୍ଷ ପିଲାମାନଙ୍କ ବୌଦ୍ଧିକ ଓସର୍ଜନାତ୍ମକ ବିକାଶ ପାଇଁ ଏହିକାର୍ଯ୍ୟକ୍ରମ ଆୟୋଜନକରାଯାଇଆସୁଛି । ଏଥିରେ ରାଜ୍ୟରବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭାପ୍ରଦର୍ଶନର ସୁଯୋଗ ପାଇଆସୁଛନ୍ତି ।

Leave A Reply

Your email address will not be published.