ବିହାରୀ ମଦ ଭାଟିକୁ ବିରୋଧ କରି ବନ୍ଧୁଗାଁ ବ୍ଲକରେ ଏକତ୍ରିତ ହେଲେ ଅଂଚଳବାସୀ

189

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ବନ୍ଧୁଗାଁ ବ୍ଲକରେ ଗୁରୁବାର ଦିନ ଶତାଧିକ ଅଂଚଳବାସୀ ଏବଂ କଂଗ୍ରେସ କର୍ମୀ ମିଳିତରେ ଗୁରୁବାର ଦିନ ବନ୍ଧୁଗାଁ ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ୱାରା ଲାଇସେନ୍ସ ପ୍ରାପ୍ତ ବିହାରୀ ମଦ ଭାଟିକୁ ବିରୋଧ କରି ବଡ଼ ସରପାଲ୍ଲି ଠାରେ ଏକତ୍ରିତ ହୋଇ ଏକ ଶୋଭା ଯାତ୍ରା ବାହାରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବନ୍ଧୁଗାଁ ତହସିଲଦାର ଆକାଶ ପଟ୍ଟନାୟକଙ୍କ ଜରିଆରେ ଦିଆଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଛି କି, ବନ୍ଧୁଗାଁ ବ୍ଲକରେ ପ୍ରାୟ ୯୫ ପ୍ରତିଶତ ଆଦିବାସୀ ଓ ହରିଜନ ଲୋକେ ବସବାସ କରୁଥିବାରୁ ଏହି ଅଂଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ଯେଉଁ ବିହାରି ମଦ ଭାଟିକୁ ଅନୁମୋଦନ କରିଛନ୍ତି ତାକୁ ତୁରନ୍ତ ବନ୍ଦ କରାଯାଉ । ନଚେତ୍ ଅଂଚଳର ହଜାର ହଜାର ଲୋକେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପାଇଁ ବାଧ୍ୟ ହେବେ । ରାଜ୍ୟ ସରକାର ଏତେ ହୀନ ରାଜନୀତି କରୁଛନ୍ତି କି, ଏହି ଅଂଚଳର ଲୋକେ ଶିକ୍ଷିତ ନଥିବାରୁ ତାଙ୍କୁ ତଳି ତଳାନ୍ତ କରିବା ନିମନ୍ତେ କିଛି ରାଜ୍ୟସ୍ୱ ପାଇବା ଉଦ୍ଦେଶ୍ୟରେ ଏଠାରେ ଏକ ବିହାରୀ ମଦ ଭାଟି ଖୋଲିବା ନିମନ୍ତେ ଅନୁମୋଦନ କରିଛନ୍ତି । ଏହା କେବେ ଆମେ କରାଇ ଦେବୁ ନାହିଁ ବୋଲି ବ୍ଲକ କଂଗ୍ରେସ କମିଟିର ସଭାପତି ତଥା କୋରାପୁଟ ସାଂସଦଙ୍କ ପ୍ରତିନିଧି ଡ଼ି.ଏଙ୍କେଟି ସହ ଆଲମଣ୍ଡା ସରପଂଚ କାହ୍ନ୍‌ା ରାତାନୁ ପ୍ରକାଶ କରିଛନ୍ତି ।

ଏଠାରେ ପ୍ରକାଶ ଥାଉ କି, ୨୦୦୪ ମସିହାରେ ବନ୍ଧୁଗାଁ ବ୍ଲକରେ ଏକ ବିହାରୀ ମଦ ଭାଟି ଖୋଲି ଥିବାବେଳେ ସେଠାରେ ସେହି ସମୟରେ ଅନେକ ଲୋକ ବିହାରୀ ମଦ ପିଇ ଅଧା ବୟସରୁ ଚାଲି ଯାଇଥିବାବେଳେ କିଛି ଲୋକେ ଅକାମୀ ହୋଇଯାଇଥିବାରୁ ଏହି ଅଂଚଳର ଗରିବ ଆଦିବାସୀମାନଙ୍କ ଆର୍ଥିକ ଅବସ୍ଥା ଏପରି ଖସି ଯାଇଥିଲା ଯାହାଫଳରେ ନିରୀହ ଆଦିବାସୀ ମହିଳା ମାନେ ଶେଷରେ ସେହି ସମୟରେ ବାଧ୍ୟ ହୋଇ ଚାଷୀ ମୂଲିଆ ଆଦିବାସୀ ସଂଘ ନାମରେ ନାମିତ କରି ଅଂଚଳର ମଦ ବନ୍ଦ କରିବା ସହ ବନ୍ଧୁଗାଁରେ ଥିବା ସେହି ସମୟର ବିହାରୀ ମଦ ଭାଟିକୁ ଭାଙ୍ଗି ଦେଇଥିଲେ । ଶେଷରେ ବାଧ୍ୟ ହୋଇ ସରକାର ବନ୍ଦ କରିଦେଇଥିଲା । ହେଲେ ଉକ୍ତ ସଂଘ ଏପରି ମୁଣ୍ଡ ଟେକି ଥିଲା କି, ଉକ୍ତ ବନ୍ଧୁଗାଁ, ନାରାୟଣପାଟଣା ବ୍ଳକ ଚାଷୀ ମୂଲିଆ ଆଦିବାସୀ ସଂଘ ଯେଉଁ ନିରୀହ ଗରିବ ଆଦିବାସୀ ଜମି ଗୁଡ଼ିକ ମଦ ନିମନ୍ତେ ଶାଗ,ମାଛ ଦରରେ ବିକ୍ରି କରିଦେଇଥିଲେ ତାହା ଛଡ଼ାଇ ଆଣିବା ପାଇଁ ବାଧ୍ୟ ହୋଇ ଏପରି ଶେଷରେ ଉକ୍ତ ଅଂଚଳର ଦୁଇଟି ବ୍ଲକ ମାଓବାଦୀ ହାତକୁ ଚାଲିଯାଇଥିଲା । ଏପରିକି ଉକ୍ତ ଦୁଇଟି ବ୍ଲକକୁ କୌଣସି ରାଜନୀତି ବ୍ୟକ୍ତି କିମ୍ବା ପ୍ରଶାସନ ଗସ୍ତ କରିପାରୁନଥିଲେ । ଏପରି ଅସମ୍ଭାଳ ହୋଇଯାଇଥିବା ବେଳେ କୌଣସି ପ୍ରକାରରେ ରାଜ୍ୟ ସରକାର ସେହି ସମୟରେ ମୁଣ୍ଡ ପୁରାଉନଥିଲେ । ବର୍ତମାନ ପରିସ୍ଥିତି ସୁଧାର ଆସି ଲୋକେ ଟିକିଏ ସୁସ୍ଥରେ ବଂଚିବା ଆରମ୍ଭ କରିଥିବାବେଳେ ପୁର୍ନବାର ରାଜ୍ୟ ସରକାର ଉକ୍ତ ଅଂଚଳରେ ବିହାରୀ ମଦ ଭାଟି ଖୋଲିବା ପାଇଁ ଆରମ୍ଭ କରୁଥିବାରୁ ଲୋକେ ଶେଷରେ ମୁଣ୍ଡ ଟେକି ବିରୋଧ କରିବା ପାଇଁ ବାଧ୍ୟ ହେଲେ ।

Leave A Reply

Your email address will not be published.