ଆକାଶ ଛୁଆଁ ପନିପରିବା ଦର, ଚିନ୍ତାରେ ଖାଉଟି

177

କଳାହାଣ୍ଡି/ମ.ରାମପୁର: ମ. ରାମପୁର ଅଞ୍ଚଳର ବିଭିନ୍ନ ବଜାରରେ ପନିପରିବା ଦର ବେଶ୍ କିଛି ଦିନ ହେବ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଗରିବ ମଧ୍ୟବିତ୍ତ ପରିବାରଙ୍କ ରୋଷେଇ ସାଳରେ ସିଧା ପ୍ରଭାବ ପଡିଛି । କରୋନା ଯୋଗୁଁ କାମ ଧନ୍ଦା ନପାଇ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ବେଳେ ଅହେତୁକ ବୃଦ୍ଧି ପନିପରିବା ଦର ଖାଉଟିଙ୍କୁ ଚିନ୍ତାରେ ଦ୍ବିଗୁଣିତ କରିଛି । ବଜାରରେ ଟମାଟୋ କିଲୋ ୫୦, ପୋଟଳ କିଲୋ ୬୦, ସଜନା ଛୁଇଁ କିଲୋ ୧୦୦, ବିନ୍ସ କିଲୋ ୮୦, ଫୁଲ କୋବି କିଲୋ ୮୦, ଆଳୁ କିଲୋ ୨୦, ପିଆଜ କିଲୋ ୫୦, ବାଇଗଣ କିଲୋ ୩୦, ସାରୁ କିଲୋ ୪୦, କାଙ୍କଡ଼ ୧୦୦, କାପ୍ସିକମ୍ ୮୦, ଧନିଆ ପତ୍ର ୩୦୦ ଏମିତି ଅନେକ ପରିବା ଦର ଭିନ୍ନ ଭିନ୍ନ ରହିଛି । ସେହିପରି ଦିନକୁ ଦିନ ଆକାଶ ଛୁଆଁ ଦର ହେବାରେ ଲାଗିଛି ପରିବା । ଯାହାକୁ ନେଇ ପରିବା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଖଟିଖିଆ ଗ୍ରାହକ ମାନେ ଚିନ୍ତାରେ ପଡିଛନ୍ତି । ଖାଲି ମ. ରାମପୁର ଅଞ୍ଚଳ କାହିଁକି ସାରା ରାଜ୍ୟର ପରିବା ଦର ଏବେ ହୁ ହୁ ହେଇ ବଢିବାରେ ଲାଗଛି ଖାଲି ପରିବା ବୋଲି ନୁହଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ସମେତ ଦୈନ୍ୟଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଯାହା ସାଧାରଣ ବ୍ୟକ୍ତିଙ୍କର ଆର୍ଥିକ ଅବସ୍ତାକୁ ପ୍ରଭାବିତ ପକାଇଛି କାର୍ତ୍ତିକ ମାସ ଆରମ୍ଭରୁ ପ୍ରାୟତଃ ଅଧିକାଂଶ ପରିବାର ମୂଲ୍ୟ ୫୦ ଟଙ୍କା ଉପରକୁ ରହୁଛି । ଯାହାକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଗ୍ରହାକମାନେ ଚିନ୍ତାରେ ପଡିଛନ୍ତି | ବିଗତ କିଛି ଦିନ ମଧ୍ୟରେ ଅଚାନକ ପରିବା ଦର ବୃଦ୍ଧି ପାଇବା ଗ୍ରହାକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି ।

ପ୍ରାକୃତିକ ବିପର୍ଯ୍ୟୟ, ଚାଷ କ୍ଷେତ୍ରରେ ଅନିୟମିତତ, ପର୍ଯ୍ୟାପ୍ତ ପରିମାଣରେ ଆମଦାନୀ ଓ ରପ୍ତାନୀ ନହେବା ଏବଂ ତୈଳଦର ବୃଦ୍ଧିର ମୁଖ୍ୟ କାରଣ ଅଟେ।ପରିବା ଦର ବୃଦ୍ଧି ପାଇବା ଫଳରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଉପରେ ପ୍ରଭାବ ପକାଉଛି | ଯେଉଁଠାରେ ଜଣେ ଗ୍ରହାକ ୧ ରୁ ୨ କେଜି ପରିବା ନେଉଥୁଲା ବର୍ତ୍ତମାନ ପରିବା ଦର ବୃଦ୍ଧି ଫଳରେ ଇଚ୍ଛା ନଥାଇ ମଧ୍ୟ ୨୫୦ ରୁ ଅଧକିଲେ ପରିବା କିଣୁଛି । ସେହିପରି ପରିବା ଦର ବୃଦ୍ଧି କାରଣରୁ ପୂର୍ବେ ଯେଉଁ ପରିମାଣରେ ପରିବା ବିକ୍ରି ହେଉଥିଲା ବର୍ତ୍ତମାନ ଢେର କମ୍ ପରିମାଣର ପରିବା ବିକ୍ରି ହେଉଛି । ଯାହା ଫଳରେ ବ୍ୟବସାୟୀମାନେ ଘାଟାର ଶିକାର ହେଉଛନ୍ତି । ପରିବା ଦର ବୃଦ୍ଧି ଗ୍ରାହାକ ମାନଙ୍କର ସିଧାସଳଖ ପକେଟ୍ ଉପରେ ମାଡ କରିଛି । ଯାହାକୁ ନେଇ ଗ୍ରହାକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଲୋକାଲ ମାର୍କେଟରେ ପରିବାର ଅଭାବ ରହିଛି । ତେଣୁ ପରିବାର ମୂଲ୍ୟ ବୃଦ୍ଧି ପାଉଛି । ଏବେ ପରିବା ଉତ୍ପାଦନ ବାଧାପ୍ରାପ୍ତ ହୋଉଥିବାରୁ କେବଳ ବରଗଡ ମାର୍କେଟରୁ ପରିବା ଆସୁଥିବା ଜଣା ପଡିଛି । ଯାହାଫଳରେ ପରିବା ମୂଲ୍ୟ ବୃଦ୍ଧି ପାଉଛି । ପରିବା ମୂଲ୍ୟ ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ତେଲ ରେଟ ବୃଦ୍ଧି ମଧ୍ୟ ଅଟେ । ତେଲ ରେଟ ବୃଦ୍ଧି ହେବାରୁ ଟ୍ରକ ଚାଳକ ଅଧିକ ମୂଲ୍ୟ ନେଉଛନ୍ତି । କାର୍ତ୍ତିକମାସ ପରେ ପରିବା ଦରରେ ମୂଲ୍ୟ ହାସ୍‌ ହେବା ସମ୍ଭାବନା ରହିଛି ବୋଲି ଗ୍ରାହକ କହିଛନ୍ତି । ପରିବା ମୂଲ୍ୟ ବୃଦ୍ଧି ପାଇବା ଫଳରେ ଗ୍ରାହକ ମାନେ ପ୍ରାୟ ଆଳୁ ପିଆଜ ନେଉଛନ୍ତି | ଅଧିକାଂଶ ପରିବା ମୂଲ୍ୟ ୫୦ ଟଙ୍କା ପାଖାପାଖୁ ରହୁଛି । ଯେଉଁ ସ୍ଥାନରେ ୧୦୦ ଟଙ୍କାରେ ପରିବା ବ୍ୟାଗ ପୂର୍ଣ୍ଣ ହେଉଥିଲା ଏବେ ୫୦୦ ଟଙ୍କାରେ ମଧ୍ୟ ପୂର୍ଣ୍ଣ ହେଉନି । ୧ କିଲୋ ଯାଗରେ ୨୫୦ ଗ୍ରାମର ପରିବା ନେବାକୁ ପଡୁଛି । ପରିବା ମୂଲ୍ୟ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଗଲେ ଭଲ ହୁଅନ୍ତା ବୋଲି କିଛି ଗ୍ରାହକ ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.