ମାସ୍କ ଓ ପିିପିିଇ କିଟ୍ ଦୁର୍ନୀତି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ କ୍ଲିନ୍ଚିଟ୍

165

ଭୁବନେଶ୍ୱର :ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି । ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନବା ସ୍ପଷ୍ଟ କରିଛନ୍ତି ଲୋକାୟୁକ୍ତ । କୋଭିଡ ରିଚାଳନାରେ ତ୍ରୁଟି ଦର୍ଶାଇ ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ପରେ ଭିଜିଲାନ୍ସ ଏହାର ତଦନ୍ତ ଜାରି ରଖିଥିଲେ । ଶେଷରେ ଆଜି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଭିଜିଲାନ୍ସ ଟିମ୍ । ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତି କରିନଥିବା କୁହାଯାଇଛି । ମାସ୍କ ଓ ପିପିଇ କିଟ୍ କିଣାରେ ତ୍ରୁଟି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।

ଏନେଇ ମାର୍ଚ୍ଚ ୧୬ ତାରିଖରେ ଲୋକାୟୁକ୍ତଙ୍କ ପାଖରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ସାରା ବିଶ୍ୱରେ କୋଭିଡ୍ ନିୟନ୍ତ୍ରଣରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ରାଜ୍ୟ ସରକାର । ଜାତିସଂଘର ସାର୍ଟିଫିକେଟ ମିଳିଥିଲା । ଅଭିଯୋଗକାରୀ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କହିଛି ଶାସକ ଦଳ । ରାଜ୍ୟରେ ମାସ୍କ ଏବଂ ପିପିଇ କିଟ
କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ସମେତ ବିରୋଧି ବିଜେପି । ଶେଷରେ ରାଜ୍ୟ ସରକାରଙ୍କୁ ଆଜି କ୍ଲିନ୍ଚିଟ୍ ଦେଇଛି ଲୋକାୟୁକ୍ତ ।

ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତି କରିନଥିବା କୁହାଯାଇଛି । ମାସ୍କ ଓ ପିପିଇ କିଟ୍ କିଣାରେ ତ୍ରୁଟି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଏନେଇ ମାର୍ଚ୍ଚ ୧୬ ତାରିଖରେ ଲୋକାୟୁକ୍ତଙ୍କ ପାଖରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ସାରା ବିଶ୍ୱରେ କୋଭିଡ୍ ନିୟନ୍ତ୍ରଣରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ରାଜ୍ୟ ସରକାର । ଜାତିସଂଘର ସାର୍ଟିଫିକେଟ ମିଳିଥିଲା । ଅଭିଯୋଗକାରୀ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କହିଛି ଶାସକ ଦଳ ।

Leave A Reply

Your email address will not be published.