ରାଷ୍ଟ୍ରପତି ଅସୁସ୍ଥ

150

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ବୁଲେଟିନରେ କୁହାଯାଇଛି ଯେ ୭୫ ବର୍ଷୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳୁ ଛାତିରେ ଅସହଜ ଅନୁଭବ କରିଥିଲେ ।

ଏଥିପାଇଁ ସେ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲକୁ ଆସିଛନ୍ତି । ତାଙ୍କର ରୁଟିନ୍ ଚେକ୍ ଅପ୍ କରାଯାଇଛି ଓ ସେ ଏବେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ।

ଏହାବାଦ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଉ କୌଣସି ସୂଚନା ମିଳି ନାହିଁ । ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ଓଡ଼ିଶା ଗସ୍ତରେ ଆସିଥିଲେ । ଏଠାରେ ସେମାନେ ଜଗନ୍ନାଥ ଦର୍ଶନ କରିବା ସହ କୋଣାର୍କର ଐତିହ୍ୟ ବୁଲି ଦେଖିଥିଲେ ।

ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ:

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କର ଉତମ ସ୍ୱାସ୍ଥ୍ୟପାଇଁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.