ମିଶନ ଶକ୍ତିର ମେଗା ସମନ୍ୱୟ ମେଳା

192

ହିଞ୍ଜିଳିକାଟୁ : ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୁକୂଲ୍ୟରେ ସୋମବାର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା । ମିଶନ ଶକ୍ତିର ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ.ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ପ୍ରମୂଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । ବିଭିନ୍ନ ବ୍ୟାଙ୍କର ପରିଚାଳକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଂଘ ମାନଙ୍କୁ ସଶକ୍ତ କରିବା ଉଦ୍ଧେଶ୍ୟରେ ଋଣ ପ୍ରଦାନ ପାଇଁ ସ୍ବୀକୃତ୍ତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୩୮୬ଟି ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ସମୁଦାୟ ୯୦୨.୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.