ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତାଇବା କମାଣ୍ଡର ଜାକି ଉର ରେହମାନ ଲାଖଭିଙ୍କୁ ୧୫ ବର୍ଷ ଜେଲ୍ ଦଣ୍ଡ

157

ଇସଲାମାବାଦ: ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କୀ ସଂଗଠନ ଲସ୍କର ଏ ତୋଇବାର ମୁଖ୍ୟ ଜକି-ଉର-ରେହମାନ ଲଖଭିଙ୍କୁ ୧୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛି । ଲଖଭି ଉପରେ ଜରିମାନା ମଧ୍ୟ ଲଗାଯାଇଛି । ଲାହୋରର ଏହି ଅଦାଲତ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଫଣ୍ଡି କରିବା ଅପରାଧରେ ଏହି ଦଣ୍ଡାଦେଶ ଶୁଣାଇଛି । ନିକଟରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ଲକ୍ଷ୍ମୀଙ୍କୁ ଗିରଫ କରାଯାଇଥିଲା। କୁହାଯାଉଛି ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ସରକାର ଚାପରେ ପଡି ଲଖଭିକୁ ସଜା ଦେଇଛି । ଏ ହେଉଛି ସେହି ଲଖଭି ଯାହାକୁ କାନ୍ଧାରରେ ଭାରତୀୟ ବିମାନ ଅପହରଣ ପରେ ଜେଲ୍‌ରୁ ଛଡା ଯାଇଥିଲା । ଏହା ପୂର୍ବରୁ ପାକିସ୍ତାନ ସରକାର ଶନିବାର ଆତଙ୍କବାଦୀ ଗତିବିଧି ପାଇଁ ଅର୍ଥ ଯୋଗାଇବା ଅଭିଯୋଗରେ ଲସ୍କର ମୁଖ୍ୟ ଲଖଭିକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଜକିଉର ରେହମାନ ଲଖଭିକୁ ମିଳିତ ଜାତିସଂଘ ଦ୍ଵାରା ଆତଙ୍କବାଦୀ ଘୋଷିତ କରାଯାଇଥିଲା । ଦୀର୍ଘ ବର୍ଷ ଧରି ସେ ଗିରଫଦାରୀରୁ ଦୂରରେ ଥିଲା । ମାତ୍ର ନିକଟରେ ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ତା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜେଲ୍‌ରେ ଭର୍ତ୍ତି କରିଛି । ଜକିଉର ରେହମାନ ଲଖଭିକୁ ମିଳିତ ଜାତିସଂଘ ଦ୍ଵାରା ଆତଙ୍କବାଦୀ ଘୋଷିତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ସେ ଗିରଫଦାରୀରୁ ଦୂରରେ ଥିଲା। ମାତ୍ର ନିକଟରେ ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ତା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜେଲ୍‌ରେ ଭର୍ତ୍ତି କରିଛି । ୨୦୦୮ ମୁମ୍ବାଇ ଆକ୍ରମଣ ମାମଲାରେ ହାଫିଜ ସଇଦ ସହିତ ଜକିଉର ରେହମାନ ଲଖଭି ମଧ୍ୟ ଅଭିଯୁକ୍ତ ରହିଛି। ଏହି ମାମଲାରେ ମଧ୍ୟ ତାକୁ ଜେଲ୍ ହୋଇଥିଲା, ହେଲେ ୨୦୧୫ରେ ସେ ଜାମିନରେ ଜେଲରୁ ମୁକୁଳିଥିଲା। ଗତ ଦିନରେ ହୋଇଥିବା ଗିରଫଦାରୀରେ ଆମେରିକା ମଧ୍ୟ ସନ୍ତୋଷ ପ୍ରକାଶ କରିଛି। ଆସନ୍ତା, ଜାନୁଆରୀ-ଫେବୃଆରୀରେ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକ ହେବାକୁ ଯାଉଛି। ଏହି ସଂସ୍ଥା ଦେଶଗୁଡିକୁ ଆତଙ୍କବାଦୀ ବିରୋଧରେ ଲଢେଇ ପାଇଁ ଅର୍ଥ ଯୋଗାଇ ଦେଇଥାଏ। ତେବେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିିଛି।

Leave A Reply

Your email address will not be published.