ତିହିଡ଼ି ବଜାରରେ ଭୟାବହ ଅଗ୍ନିକାଣ୍ଡ

164

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅଧିନ ତିହିଡ଼ି ବଜାରରେ ଜାନୁଆରୀ ୭ ତାରିଖ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ଟି ଦୋକାନ ଗୃହ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ସମ୍ପତ୍ତି ପୋଡ଼ି ଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡରେ ଶ୍ରୀକ୍ରିଷ୍ଣା ଗୁପ୍ତା ଓ କୁନାଲ ଗୁପ୍ତାଙ୍କର ସାର ଓ କୀଟନାଶକ ଦୋକାନ, ସୁରେଶ ଗୁପ୍ତାଙ୍କ ଲୁଗା ଦୋକାନ, ମଧୁସୂଦନ ନାୟକଙ୍କ ଆଳୁ, ପିଆଜ ଦୋକାନ, ଚକ୍ରଧର ଓଝାଙ୍କର ରେଡିମେଣ୍ଟ ଦୋକାନ, ବାବୁରାମ ଦାସଙ୍କର ପାନ ଦୋକାନ, କାଶୀନାଥ ବେହେରାଙ୍କର ଲୁଗା ଓ ରେଡିମେଣ୍ଟ ଦୋକାନ, ମାଧବାନନ୍ଦ ନାୟକ, ବିଜୟ କୁମାର ବିଶ୍ୱାଳଙ୍କର ତେଜରାତି ଦୋକାନ, ସାଧୁଚରଣ ବେହେରାଙ୍କ ଜଳଖିଆ ଦୋକାନ, ଭଗବାନ ଲେଙ୍କାଙ୍କର ପାନ ଦୋକାନ, ପୀତାମ୍ବର ଦୀକ୍ଷିତଙ୍କର ଦୋକାନ ପୋଡ଼ିଯାଇଥିବାର ଜଣାଯାଇଛି । ଖବରପାଇ ତିହିଡ଼ି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ଅକ୍ଳାନ୍ତ ପରିଶ୍ରମ କରି ନିଅାଁକୁ ଆୟତ୍ତ କରିଥିଲେ । ଏଥିସହିତ ତିହିଡ଼ି ପୋଲିସ୍ ପକ୍ଷରୁ ମଧ୍ୟ ନିଅାଁ ଲିଭାଇବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.