କାଲିଠୁ ବନ୍ଦ ରହିବ ନନ୍ଦନକାନନ

149

ଭୁବନେଶ୍ୱର : ମେ’ ୧ରୁ ଅର୍ଥାତ୍ ଆସନ୍ତା କାଲିଠୁ ବନ୍ଦ ରହିବ ନନ୍ଦନକାନନ । ସେହିପରି ବଟାନିକାଲ ଗାର୍ଡେନ୍ ମଧ୍ୟ ଆସନ୍ତାକାଲିଠାରୁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧ରୁ ୧୫ ତାରିଖ ଯାଏଁ ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ ରଖିବାକୁ କର୍ତୃପକ୍ଷ ନିଷ୍ପତି ନେଇଛନ୍ତି ।

ସୂଚନାନୁସାରେ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ। ଏହାର ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ରହିଛି । ଭ।ଇରସର ନୁଆ ମ୍ୟୁଟାଣ୍ଟ ଅଧିକ ଘାତକ ହୋଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିଛି । ଏପରିକି ସଂକ୍ରମଣ ରୋକିବାକୁ ଅନେକ ଐତିହ୍ୟସ୍ଥଳୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେବେ ମେ ୧ରୁ ନନ୍ଦନକାନନକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିବ ନାହିଁ । ମେ ୧୫ ଯାଏଁ ଦର୍ଶକଙ୍କ ପାଇଁ ଏହି ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯିବ ।

Leave A Reply

Your email address will not be published.