ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ ନୂଆ କରୋନା ମାମଲା ବଢ଼ିବାରେ ଲାଗିଛି

256

-ଦେଶବ୍ୟାପୀ ୬.୧ କୋଟି ଡୋଜ୍ ଟିକା ଦିଆଯାଇଛି

ନୂଆଦିଲ୍ଲୀ, ୩୧ ମାର୍ଚ (ହି.ସ.) ଛଅଟି ରାଜ୍ୟ: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ କରୋନା ମାମଲାରୁ ୭୮.୫୬% ମାମଲା ଚିହ୍ନଟ ହୋଇଛି ଛଅଟି ରାଜ୍ୟରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୬,୨୧୧ ନୂଆ କରୋନା ମାମଲା ଚିହ୍ନଟ କରାଯାଇଛି । ମହାରାଷ୍ଟ୍ରରେ ଗେଟିଏ ଦିନରେ ସର୍ବାଧିକ ୩୧,୬୪୩ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ପଞ୍ଜାବରେ ୨୮୬୮ ଏବଂ କର୍ଣ୍ଣାଟକରେ ୨୭୯୨ ମାମଲା ଚିହ୍ନଟ କରାଯାଇଛି ।

ଭାରତରେ ମୋଟ କରୋନା ସକ୍ରିୟ ମାମଲା ଆଜି ୫,୪୦,୭୨୦ରେ ପହଞ୍ଚିଛି । ଭାରତରେ ଏବେ ମୋଟ ପଜିଟିଭ୍ ମାମଲାର ୪.୪୭% ରହିଛି ସକ୍ରିୟ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲାରେ ସିଧାସଳଖ ୧୮,୯୧୨ ମାମଲା ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଦେଶର ମୋଟ ସକ୍ରିୟ ମାମଲାର ୭୯.୬୪% ସକ୍ରିୟ ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୬୨% ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.