ପିିପିିଲିରେ ଜମିବ ତ୍ରିମୁଖୀ ଲଢ଼େଇ

173

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଏବେ ତିନିଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ । ପୂର୍ବରୁ ବିଜେପି ଓ ବିଜେଡି ତାଙ୍କ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶେଷ ମୂହୁର୍ତ୍ତରେ କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନ୍ୟପକ୍ଷରେ ପିପିଲି ବିଧାନସଭା ଆସନ ନେଇ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଏ ନେଇ ଆଜି ସକାଳୁ ପିପିଲି ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରିଛନ୍ତି ଉପ ଜିଲ୍ଲ ।ଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ପିପିଲି ବିଜେଡି କାର୍ଯ୍ୟାଳୟରୁ ବାହାରିଥିବା ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ସାମିଲ ଅଛନ୍ତି । କରୋନା କଟକଣା ମାନି ଶୋଭାଯାତ୍ରାରେ ବାହାରିଛନ୍ତି ରୁଦ୍ର ମହାରଥୀ । ଅପରପକ୍ଷରେ ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍ ଏବଂ ଏନ୍ଏସି ଦାୟିତ୍ୱ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା,ଛାତ୍ର ଓ ଯୁବ ସାମ୍ମୁଖ୍ୟକୁ ଏଥର ଦିଆଯାଇଛି ଅଧିକ ଗୁରୁତ୍ୱ ।

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

Leave A Reply

Your email address will not be published.