ରାଷ୍ଟ୍ରପତିଙ୍କର ହେଲା ବାଇପାସ ସର୍ଜରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ ଆଜି ଦିଲ୍ଲୀସ୍ଥିତ ଏମ୍ସରେ ହୋଇଛି । ସର୍ଜରୀ ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଥିଲା । ଏହାପରେ ତାଙ୍କର ସର୍ଜରୀ ଆଜି ହେବ ବୋଲି ସୂଚନା ରହିଥିଲା । ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି କୋବିନ୍ଦଙ୍କର ଅସ୍ତ୍ରୋପ୍ରଚାର କରିଥିବା ସୂଚନା ରହିଛି ।
ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଶୁକ୍ରବାର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ବାଇପାସ ସର୍ଜରୀ ହେବ ବୋଲି ସୂଚନା ମିଳିଥିଲା । ସଫଳ ଅପରେସନ୍ ପାଇଁ ଡାକ୍ତରୀ ଟିମ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଜନାଥ ।
ସୂଚନାଯୋଗ୍ୟ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଗତ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଚେକ୍ଅପ୍ ପରେ ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହେବ ବୋଲି ଜଣାପଡ଼ିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ କରୋନାର ପ୍ରଥମ ଡୋଜ୍ ନେଇଥିଲେ । ଏହାପରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଆଉ ଦିଲ୍ଲୀ ଫେରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ।