ଡେଲ୍ଟାଠୁ ୫ ଗୁଣା ଅଧିକ ସଂକ୍ରାମକ ଓମିକ୍ରନ

175

ଭୁବନେଶ୍ୱର : ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡା ନଜର ରଖିଛି । ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ କରାଯିବ । ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ, ସେନେଇ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ ଆଇସୋଲେଶନ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ, ଓମିକ୍ରନ ଡେଲ୍ଟାଠୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି । କେତେ ହସ୍ପିଟାଲାଇଜେସନ ହେବ , କେତେ ଗୁରୁତର ହେବ ଜଣାପଡିନି । କିନ୍ତୁ ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି । ଭାକ୍ସିନ୍ ଉପରେ ଏହାର ପ୍ରଭାବ କଣ ରହିବ, ସେନେଇ ବିଚାରାଧୀନ ରହିଛି । ତେବେ ବର୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଅତିରିକ୍ତ ମୋଡ଼ରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ଏହାକୁ କାର୍ଯ୍ୟକାରୀ ହୋଇପାରିବ । ସେହିପରି ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଟେଷ୍ଟ କରାଯିବ । ସରକାର ସୁବିଧା ଲାଗି ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଖୋଜିକି ବାହାର କରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.