ପଂଚାୟତ ପରେ ପୌର ନିର୍ବାଚନ ପ୍ରସ୍ତୁତି

210

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି । ଗତକାଲି ମଧ୍ୟ ୫ଟି ଜିଲ୍ଲାକୁ ଯାଇଛି ଇଭିଏମ ।ରାଜ୍ୟର ୧୦୫ ପୌରାଂଚଳରେ ନିର୍ବାଚନ ହେବାକୁ ଅଛି । ଏହାସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବାର ଅଛି । ତେବେ ଆଇନଗତ ପ୍ରକ୍ରିୟା କାରଣରୁ ସମ୍ବଲପୁର ଓ ରାଉରକେଲାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ସୂଚନା ମିଳିଛି ।

ଆସନ୍ତା ମାର୍ଚ୍ଚ ୧୧ତାରିଖରେ ପଂଚାୟତ ସମିତି ସ୍ତରୀୟ ନିର୍ବାଚିତ ପ୍ରିତିନିଧି ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ । ଏହା ପରେପରେ ପୌର ନିର୍ବାଚନ କରାଇବାକୁ ନିର୍ବାଚନ କମିସନ୍ ପ୍ରସ୍ତୁତି କରୁଛନ୍ତି । ଜିଲ୍ଲାଗୁଡ଼ିକୁ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ଇଭିଏମ ଓ ଅନ୍ୟାନ୍ୟ ନିର୍ବାଚନୀ ଉପକରଣ ପଠାଇବା କାମ ଆରମ୍ଭ ହୋଇଛି । ପଂଚାୟତ ନିର୍ବାଚନ ବାଲଟବକ୍ସରେ ହେଉଥିବା ବେଳେ ଇଭିଏମ ପଠାଯାଇଥିବାରୁ ଏହାକୁ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି କରାଯାଉଥିବା ଜଣାଯାଇଛି ।

Leave A Reply

Your email address will not be published.