ଆସନ୍ତା ବୁଧବାର ଠାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ କାର୍ଯ୍ୟକ୍ଷମ ହେବ ନିର୍ମାଣାଧିନ ଅକ୍ସିଜେନ ପ୍ଲାଂଟ

167

ଗଞ୍ଜାମ : ଆସନ୍ତା ବୁଧବାର ଠାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ନିର୍ମାଣାଧିନ ଅକ୍ସିଜେନ ପ୍ଲାଂଟ କାର୍ଯ୍ୟକ୍ଷମ ହେବ । ଏଠାରେ ୨୦ ହଜାର ଟନ୍ କ୍ଷମତା ବିଶିଷ୍ଟ ଅକ୍ସିଜେନ ପ୍ଲାଂଟ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ବର୍ତମାନ ଏହାକୁ ପରୀକ୍ଷାମୂଳକ ଭାବେ ଯାଂଚ୍ ଓ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକ ପରୀକ୍ଷା ନିରୀକ୍ଷା ଚାଲିଛି । ଏହା କାର୍ଯ୍ୟକ୍ଷମ ହେଲେ ବ୍ରହ୍ମପୁର ବଡ଼ ମେଡିକାଲର ବିଭିନ୍ନ ବିଭାଗକୁ ପାଇପ୍ ଲାଇନ୍ ଯୋଗେ ରୋଗୀଙ୍କ ବେଡ୍ କୁ ୨୪ ଘଂଟିଆ ଅକ୍ସିଜେନ ଯୋଗାଣ ହେବ । ଏଥିପାଇଁ ପାଇପ୍ ଲାଇନ୍ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.