ଗଞ୍ଜାମ : ଲକ୍ ଡାଉନ୍ ଓ ସଟ୍ ଡାଉନ୍ ରେ ଅତ୍ୟାବଶ୍ୟକ ସେବା ଏବଂ ଖାଦ୍ୟ ହୋମ ଡେଲିଭରିକୁ ବାଦ୍ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ତେବେ ଲକ୍ ଡାଉନ୍ ସମୟରେ ମଦ ହୋମ୍ ଡେଲିଭରି ନିଷ୍ପତିକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କ ଉପରେ ଛାଡି ଦେଇଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ୧୭ ତାରିଖ ଅର୍ଥାତ୍ ଆସନ୍ତା କାଲି ଠାରୁ ଏହା କାର୍ଯ୍ୟକାରୀ ହେବ । କିନ୍ତୁ, ନିର୍ଦ୍ଧାରିତ ସମୟ ମଧ୍ୟରେ ଦେକାନୀ ମାନେ ହୋମ୍ ଡେଲିଭରି କରିପାରିବେ । ହୋମ୍ ଡେଲିଭରି ବାହାନରେ ଦିନ ତମାମ ମଦ ଦୋକାନ ଖୋଲି ରଖିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.