ପିସିଆର୍ ଭ୍ୟାନ୍ – ଟ୍ରକ୍ ଧକ୍କା : ପାରାଦ୍ୱୀପ- ଚଣ୍ଡିଖୋଲ ଓ କଟକ-ପାରାଦ୍ୱୀପ ରାସ୍ତାରେ ତିନି ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଟ୍ରାଫିକ୍ ସମସ୍ୟା

169

ପାରାଦ୍ୱୀପ: ପାରାଦ୍ୱୀପ ଦୋଛକି ଠାରେ ଆଜି ମଧ୍ୟାହ୍ନ ସମୟରେ ପୋଲିସର ଚେକିଂ ବେଳେ ଏକ କୋଇଲା ବୋଝେଇ ଟ୍ରକର ଡ୍ରାଇଭର ହଡ଼ ବଡେଇ ଯାଇ ଭାରସାମ୍ୟ ହରାଇ ପିସିଆର୍ ଭ୍ୟାନ୍ ପଛରେ ଧକ୍କା ଦେବା ସହ ସେଠାରେ ଥିବା ଏକ ବାଇକ୍ ଉପରେ ଚଢ଼ାଇ ଦେଇଥିଲା । ଫଳରେ ପାରାଦ୍ୱୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ଓ କଟକ-ପାରାଦ୍ୱୀପ ରାସ୍ତାରେ ତିନି ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଥିଲା । ରାସ୍ତା ଜାମ୍ ହୋଇପଡିଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ତେବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସର ଚେକିଂ ଯୋଗୁଁ ଏଭଳି ଅପ୍ରୀତିକର ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ସମୟରେ ଏଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସର ଚେକିଂ କେତେ ଦୂର ସମୀଚୀନ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ଅନ୍ୟପକ୍ଷରେ ସମ୍ପୃକ୍ତ ଟ୍ରକ୍ କୁ ଜବତ କରିବା ସହ ଏହାର ଡ଼୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.