କନ୍ଧମାଳ: ସବୁଠି ନିରାଶ ହେବା ପରେ ଏବେ ରୋଗୀଣା ସ୍ୱାମୀର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ପତ୍ନୀ ରଶ୍ମିତା । ରାଜ୍ୟର ପ୍ରମୁଖ ତିନୋଟି ବଡ଼ ଡାକ୍ତରଖାନାରେ ସ୍ୱାମୀଙ୍କ ଚିକିତ୍ସା କରାଇଛନ୍ତି । ପ୍ରଥମେ ବ୍ରହ୍ମପୁର ଏବଂ କଟକ ବଡ଼ ମେଡିକାଲ ସମେତ ବୁର୍ଲା ମେଡିକାଲକୁ ନେଇ ସ୍ୱାମୀଙ୍କ ଆରୋଗ୍ୟ ପାଇଁ ସଂଚିତ କରିଥିବା ସବୁ ଟଙ୍କା ସାରି ଦେଇଛନ୍ତି । ହେଲେ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ବାଧ୍ୟ ହୋଇ ଦେଢ଼ ମାସ ହେଲା ଘରେ ଖଟିଆରେ ଶୁଆଇ ଆଖିରୁ ପାଣି ଝରାଇ ସ୍ୱାମୀଙ୍କ ମୁହଁକୁ ଚାହିଁଚାହିଁ କାନ୍ଦିବା ବ୍ୟତୀତ ଆଉ କୌଣସି ରାସ୍ତା ପାଇ ପାରୁନାହାନ୍ତି ।ଆଜି କୌଣସି ଉପାୟ ନପାଇ ରଶ୍ମିତା ଏକ ଦରଖାସ୍ତ ସହ ବିଭିନ୍ନ ମେଡିକାଲର ଚିକିତ୍ସା ପ୍ରମାଣପତ୍ର ନେଇ ତହସିଲ୍ଦାର ସ୍ୱପ୍ନିତା ନାୟକଙ୍କୁ ସାହାଯ୍ୟ ନିବେଦନ ପରେ ସେ ବ୍ୟକ୍ତିଗତ ଭାବେ କିଛି ଅର୍ଥ ସହାୟତା କରିବା ସହ ଏନେଇ ତୁରନ୍ତ ରେଡ଼କ୍ରସ୍ ପାଣ୍ଠିରୁ ସାହାଯ୍ୟ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି । ପ୍ରକାଶ ଯେ, ଖଜୁରୀପଡ଼ା ସ୍ଥିତ ଘୁଗୁଲାସାହି ଗ୍ରାମର ଦିଲ୍ଲୀପ ବେହେରା ଦେଢ଼ ମାସ ତଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କର କିଛି ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଥିବା ନେଇ ପତ୍ନୀ ରଶ୍ମିତା କହୁଥିବା ବେଳେ ଆଗକୁ କେମିତି ପରିବାର ଚଳାଇବେ ଓ ଦୁଇଟି ଛୋଟ ଛୋଟ ପିଲାଙ୍କ ଲାଳନପାଳନ କିଭଳି କରିବେ ସେ ନେଇ ମାନସିକ ସ୍ତରରେ ବହୁତ ଚାପରେ ରହିଛନ୍ତି ।
Sign in
Sign in
Recover your password.
A password will be e-mailed to you.