ପ୍ରମୋଦ ନାୟକ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ନୂତନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ

184

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଜଣାଶୁଣା ଯୁବ ନେତା ତଥା କଳମିଶ୍ରି ପଂଚାୟତ ବିଜେଡି ସଭାପତି ତଥା କଳା ପରିଷଦ ସଭାପତି ପ୍ରମୋଦ କୁମାର ନାୟକ ନିଯୁକ୍ତି ପାଇଛନ୍ତି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଚିଠି ନ. 211/2021 ଅନୁଯାଇ ନିଯୁକ୍ତି ପତ୍ର ପଠାଇ ଥିବା ଜଣାଯାଇଛି । ଶ୍ରୀ ନାୟକ ଏହି ନିଯୁକ୍ତି ପାଇଁ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ନବନିଯୁକ୍ତ ଶ୍ରୀ ନାୟକଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, କଳମିଶ୍ରି ଯୁବ ବିଜେଡି ସଭାପତି ବିଶ୍ୱଜିତ ପରିଡା, ପ୍ରାକ୍ତନ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ପ୍ରଦୀପ୍ତ ଷଡ଼ଙ୍ଗୀ, ଯୁବ ବିଜେଡି ସମ୍ପାଦକ ହିମାଂଶୁ ଶେଖର ଦାସ, ତିଲକଣା ପଂଚାୟତ ସଭାପତି ରମେଶ ଜେନା, ବନ୍ଧୁପୁର ନାରାୟଣ ସ୍ୱାଇଁ, ପାଳଦା ସଭାପତି ରବୀନ୍ଦ୍ର ଦାସ, ପ୍ରାକ୍ତନ ଅଧ୍ୟକ୍ଷ ନରେନ୍ଦ୍ରବାରିକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ କଟକ ସଦର ଅନ୍ତର୍ଗତ ଏହି ବ୍ଲକରେ ଥିବା ପଂଚାୟତ ସଭାପତି ତଥା ବିଜେଡି ନେତା ଓ କର୍ମୀମାନେ ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.