ଅହମ୍ମଦାବାଦ ମେଟ୍ରୋ ରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରତ୍ ମେଟ୍ରୋ ରେଳ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜନ

143

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ମେଟ୍ରୋରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆବାସ ଓ ସହରୀକରଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଅହମ୍ମଦାବାଦ ଓ ସୁରଟକୁ ଅଭିନନ୍ଦନ ଜଣାଇବା ସହ ଉଦ୍‌ବୋଧନ ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ, ଏହି ମେଟ୍ରୋ ସେବା ଯୋଗୁଁ ବିଶ୍ୱର ଦୁଇ ପ୍ରମୁଖ ବ୍ୟବସାୟ କେନ୍ଦ୍ରଭାବେ ପରିଗଣିତ ଦୁଇ ସହର ମଧ୍ୟରେ ଯୋଗଯୋଗାର ଉନ୍ନତି ଘଟିବ । ସେ ନୂତନ ଟ୍ରେନ ସେବା କେଭାଡିଆ ପାଇଁ ନୂତନ ଲାଇନ ଓ ଅହମ୍ମଦାବାଦରୁ କେଭାଡିଆ ପର୍ଯ୍ୟନ୍ତ ଆଧୁନିକ ଜନଶତାବ୍ଦୀ ଟ୍ରେନ ନିମନ୍ତେ ଗୁଜରାଟର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ 17ହଜାର କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରୁ ପ୍ରମାଣିତ ହୋଇଛି ଯେ, କରୋନା କାଳରେ ମଧ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ବଳବତ୍ତର ରହିଥିଲା । ନିକଟରେ ହଜାର ହଜାର କୋଟି ଟଙ୍କା ଭିତ୍ତିଭୂମି ପ୍ରକଳ୍ପ ଦେଶକୁ ଉତ୍ସର୍ଗ ହୋଇଛି ବା ନୂତନ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି ।

ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ନେଇ ଅହମ୍ମଦାବାଦ ଓ ସୁରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଅହମ୍ମଦାବାଦରେ ମେଟ୍ରୋ ସେବା ଆରମ୍ଭ ହେଲା ସେତେବେଳେ ସେଠାକାର ଲୋକମାନଙ୍କୁ ଉତ୍ସାହ ଓ ଉଦ୍ଦୀପନା ଥିଲା ଦୃଷ୍ଟାନ୍ତମୂଳକ । ମେଟ୍ରୋ ସେବାର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଯୋଗୁଁ ନୂତନ ଅଞ୍ଚଳରେ ମେଟ୍ରୋ ଚଳାଚଳ କରିବା ସହ ଜନସାଧାରଣଙ୍କ ଯାତ୍ରା ମଧ୍ୟ ସୁଗମ ହେବ । ସେହିପରି ସୁରତ ଅଧିବାସୀ ମଧ୍ୟ ଉତ୍ତମ ପରିବହନ ସୁବିଧା ପାଇପାରିବେ । ଭବିଷ୍ୟତର ଆବଶ୍ୟକତାକୁ ଆଖି ଆଗରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ମେଟ୍ରୋ ସେବାର ସମ୍ପ୍ରସାରଣରୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ପୂର୍ବତନ ସରକାର ଓ ପ୍ରଚଳିତ ସରକାରଙ୍କ କାର୍ଯ୍ୟ ଶୈଳୀର ପାର୍ଥକ୍ୟ ମଧ୍ୟ ଦର୍ଶାଇଛନ୍ତି । 2014ମସିହା ପୂର୍ବରୁ 10ରୁ 12ବର୍ଷ ମଧ୍ୟରେ 2000 କିଲୋମିଟର ଦୀର୍ଘ ମେଟ୍ରୋ ଲାଇନ ବିଛାଯାଇଥିବା ବେଳେ ଗତ ଛଅ ବର୍ଷ ମଧ୍ୟରେ 400 କିଲୋମିଟର ଲାଇନ କାର୍ଯ୍ୟକ୍ଷମ ହୋଇଛି । ଦେଶର 27ଟି ନଗରୀରେ ସରକାର ଏକ ହଜାର କିଲୋମିଟର ନୂତନ ଲାଇନ ବିଛାଇବା ନେଇ କାର୍ଯ୍ୟ କରିଛନ୍ତି । ଆଗରୁ ସମନ୍ୱିତ ଆଧୁନିକ ଚିନ୍ତାଧାରା ଅଭାବ ଯୋଗୁଁ ସେ ଅବଶୋଷ ବ୍ୟକ୍ତ କରିଥିଲେ । ମେଟ୍ରୋ ପାଇଁ ଆଗରୁ କୌଣସି ଜାତୀୟ ନୀତି ନଥିଲା । ସେ ଦୃଷ୍ଟିରୁ ବିଭିନ୍ନ ସହର ନିମନ୍ତେ ମେଟ୍ରୋର ବୈଷୟିକ ପଦ୍ଧତି ନେଇ ଏକ ଏକକ ବ୍ୟବସ୍ଥା ମଧ୍ୟ ନ ଥିଲା । ଦ୍ୱିତୀୟ ବ୍ୟତିକ୍ରମ ହେଉଛି ଅନ୍ୟାନ୍ୟ ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟର ଅଭାବ । ଆଜି ଏହିସବୁ ସହରରେ ପରିବହନକୁ ଏକ ସମନ୍ୱିତ ମାଧ୍ୟମଭାବେ ବିବେଚନା ରକାଯାଇଛି । ଯେଉଁଥିରେ କି ମେଟ୍ରୋ ଏକୁଟିଆ କାମ ନ କଲେ ସମ୍ପୂର୍ଣ୍ଣ ପଦ୍ଧତି ସହ ସମନ୍ୱୟ ରକ୍ଷା କରିବ ।

ସୁରତ ଓ ଗାନ୍ଧିନଗରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ପ୍ରତିକ୍ରିୟାଶୀଳ ନ ହୋଇ ବରଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ନିଷ୍ଠାର ସହ ସହରୀକରଣ କାର୍ଯ୍ୟ କରିଛନ୍ତି । ଦୁଇ ଦଶନ୍ଧି ଆଗରୁ ସୁରତ ଏହାର ବିକାଶ ପାଇଁ ନୁହେଁ ବରଂ ପ୍ଲେଗ ମହାମାରୀ ନିମନ୍ତେ ଆଲୋଚିତ ହେଉଥିଲା । ସରକାର ଏହାର ଔଦ୍ୟୋଗିକ ବିକାଶକୁ ପ୍ରାଧାନ୍ୟ ଦେବା ଯୋଗୁଁ ଆଜି ଏହା କେବଳ ଦେଶରେ ଜନସଂଖ୍ୟା ଦୃଷ୍ଟିରୁ ଅଷ୍ଟମ ସ୍ଥାନରେ ନାହିଁ ବରଂ ବିଶ୍ୱର ଚତୁର୍ଥ ବୃହତ୍ ଅଭିବୃଦ୍ଧି ସହରର ମାନ୍ୟତା ହାସଲ କରିଛି। ଦଶଖଣ୍ଡ ହୀରାରୁ ନଅଖଣ୍ଡ ସୁରତ ସହରରେ କଟା ହେବା ସହ ପଲିସ ହୋଇଥାଏ । ଦେଶରେ ଶତକଡା 40ଭାଗ ହାତବୁଣା ଲୁଗା ସୁରତରେ ପ୍ରସ୍ତୁତ ହୋଇଥିବା ବେଳେ, ପ୍ରାୟ 30ଭାଗ ଲୋକମାନଙ୍କ ଦ୍ୱାରା ତନ୍ତୁ ପ୍ରସ୍ତୁତ ହୋଇଥାଏ । ଆଜି ସୁରତ ଦେଶର ଦ୍ୱିତୀୟ ପରିସ୍କାର ସହରର ମାନ୍ୟତା ଲାଭ କରିଛି । ସହର ରହଣିକୁ ସୁଖପଦ କରିବା ପାଇଁ ଗରିବ ମାନଙ୍କ ନିମନ୍ତେ ଘର, ଟ୍ରାଫିକ ପରିଚାଳନା, ରାସ୍ତା, ସେତୁ, ବଜ୍ୟବସ୍ତୁ ନିଷ୍କାସନ ଓ ହସ୍‌ପିଟାଲର ସୁବ୍ୟବସ୍ଥା କିପରି ହୋଇଛି ତାହା ବିଶଦ୍‌ଭାବେ ବର୍ଣ୍ଣନା କରିଥିଲେ । କେବଳ ଉତ୍ତମ ଯୋଜନା ଓ ସୁଚିନ୍ତନ ଯୋଗୁଁ ସୁରତ ଆଜି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଉଦାହରଣ ସାଜିଛି । ଆଜି ଦେଶର ସମସ୍ତ ପ୍ରାନ୍ତରୁ ଉଦ୍ୟୋଗୀ, ଶ୍ରମିକମାନେ ଆସି ସୁରତରେ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଗାନ୍ଧୀନଗରର ଜୀବନଯାତ୍ରା ଉପରେ ଆଲୋକପାତ କରି କହିଛନ୍ତି ଯେ, ଏକଦା ଏହି ମହାନଗରୀ କେବଳ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ନଗରୀଭାବେ ପରିଗଣିତ ହେଉଥିଲା ମାତ୍ର ଏବେ ଏହା ଯୁବଗୋଷ୍ଠୀଙ୍କ ଏକ କର୍ମସ୍ଥଳୀରେ ପରିଣତି ହୋଇଛି । ଆଜି ଗାନ୍ଧିନଗର ଆଇଆଇଟି, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଏନଆଇଏଫଟି, ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ପଣ୍ଡିତ ଦିନଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ, ପୁରମେୟ ଶିକ୍ଷକ ଶୈଖିକ ପ୍ରତିଷ୍ଠାନ, ଧୀରୁଭାଇ ସୂଚନା ଓ ଦୂରସଂଚାର ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଜାତୀୟ ପରିପାଟୀ ପ୍ରତିଷ୍ଠାନ(ଏନଆଇ୍‌ଡି) ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟ ଭଳି ସ୍ୱନାମଧନ୍ୟ ଅନୁଷ୍ଠାନଗୁଡିକ ନିମନ୍ତେ ପ୍ରସିଦ୍ଧିଲାଭ କରିଛି । ଏହି ପ୍ରତିଷ୍ଠାନଗୁଡିକ ନଗରୀର ଶୈକ୍ଷିକ ବାତାବରଣକୁ ପରିବର୍ତ୍ତିତ କରିବା ସହ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛି । ଏହାର କ୍ୟାମ୍ପସଗୁଡିକୁ ଅନେକ କମ୍ପାନୀର କର୍ମନିଯୁକ୍ତି ଅନ୍ୱେଷଣରେ ଆଗମନ ମଧ୍ୟ ହୋଇଛି । ଶ୍ରୀ ମୋଦି କନ୍‌ଫରେନ୍ସ ଟୁରିଜିମ୍ ପାଇଁ ମହାତ୍ମାମନ୍ଦିର ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି । ଅତ୍ୟାଧୁନିକ ରେଳ ଷ୍ଟେସନ, ଗିଫ୍ଟସିଟି, ସାବରମତୀ ରିଭର ଫ୍ରଣ୍ଟ, କାଙ୍କିରଆ ଲେକ୍ ଫ୍ରଣ୍ଟ, ୱାଟର ଏରୋଡ୍ରମ, ବସ୍ ର୍ୟା ପିଡ୍ ଟ୍ରାନଜିଟ୍ ସିଷ୍ଟମ, ବିଶ୍ୱର ବୃହତମ ମୋଟେରା ଷ୍ଟାଡିୟମ, ଛଅଲେନ ବିଶିଷ୍ଟ ଗାନ୍ଧୀନଗର ରାଜପଥ ଆଦି ଅହମ୍ମଦାବାଦର ପରିଚୟ ପାଲଟିଛି । ମହାନଗରୀ ଠାରେ ପ୍ରାଚୀନ ଢାଞ୍ଚାକୁ ବଳି ନ ଦେଇ ମଧ୍ୟ ଏକ ଅତ୍ୟାଧୁନିକ ରୂପଧାରଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.