ଭିନ୍ନକ୍ଷମଙ୍କ ପାଇଁ ସରକାରୀ ସହାୟତା ସାତ ସପନ

151
 ମ. ରାମପୁର:  ଦୈନିକ ୮ ଘଣ୍ଟା ପର ଘରେ ମୂଳ ଲାଗି ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ପ୍ରତିପୋଷଣ କରି ବେଶ ଖୁସିରେ ଜୀବନ ଯାପନ କରୁଥିଲେ। କିନ୍ତୁ ବିଧାତା ସାଜିଲା ବଇରୀ ହଠାତ୍ ଦିନେ ତାଙ୍କ ଡ଼ାହାଣ ହାତ ପରାଲିସେସ ରୋଗରେ  ଅଚଳ ହୋଇଗଲା । ଚିକିତ୍ସା ପାଇଁ ବହୁ ଡାକ୍ତରଖାନା ଗଲା ପରେ ମଧ୍ୟ ହାତ ଆଉ ସକ୍ଷମ ହେଲା ନାହିଁ । କିନ୍ତୁ କରିବେ ବା କଣ । ବାଧ୍ୟ ହୋଇ ନିଜ ସ୍ତ୍ରୀ ପିଲା ଙ୍କୁ ବି ପରେ ଘରେ ମୂଳ ଲାଗିବାକୁ ପଠେଇ ସେ ହେଲେ ଶଯ୍ୟାଶାୟୀ ।
ଆମେ କହୁଚୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ୍ର ଅଁଲାପାଳି ଗ୍ରାମର ଧନପତି ମାଝୀଙ୍କ କଥା ବୟସ (୫୫) ପରିବାର କହିଲେ ୪ ପ୍ରାଣୀ । ଘରର ରୋଜଗାର କହିଲେ ପର ଘରେ ମୂଳ ଲାଗି ଯାହା ମିଳେ ତାକୁ ନେଇ ସଂସାର ଚଳୁଥିଲା । କିନ୍ତୁ ସେତକ ବି ଆଉ ତାଙ୍କ ପକ୍ଷେ ସମ୍ଭବ ନୁହଁ । ତାଙ୍କ ସ୍ତ୍ରୀ ପିଲା ମୂଳ ଲାଗି ଯାହା ରୋଜଗାର କରନ୍ତି ଆଉ ସରକାର ଙ୍କ ବି.ପି.ଏଲ ଚାଉଳ ୨୦ କେଜି ପେଟ କୁ ତ ନିଅଣ୍ଟ ଆଉ ଚିକିତ୍ସା କରିବା ଟା ସମୁଦ୍ର କୁ ସଂଖେ ପାଣି ସଦୃଶ।ଗତ ଜୁଲାଇ ମାସ ୨୦୧୯ ରେ ସରକାରଙ୍କ ଠାରୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମଧ୍ୟ ପାଇଛନ୍ତି । କିନ୍ତୁ ପଞ୍ଚାୟତ ଅଫିସ୍ ଠୁ ବ୍ଲକ୍ ଅଫିସ୍ ଯାଏ ଧାଇଁ ଧାଇଁ ନୟାନ୍ତ ହେଲା ପରେ ବି ଭତ୍ତା ଖଣ୍ଡକ ପାଇପାରୁ ନାହାଁନ୍ତି ଧନପତି ।
ସେହିପରି ଅଁଲାପାଲି ଗ୍ରାମରର ଆଉ ଜଣେ ଯୁବତୀ ଯାହାଙ୍କ ନା ଗେହ୍ଲେଇ ସାହୁ ବୟସ (୨୭) ପିଲାଟି ଦିନରୁ ନା କିଛି ଭଲରେ ଶୁଣି ପାରନ୍ତି ନା କଥା କହିପାରନ୍ତି ପରିବାର ସଦସ୍ୟଙ୍କ ସାହାରାରେ ଜୀବନ କାଟୁଛନ୍ତି, ତାଙ୍କ ବାପା ବି ଦିନ ମଜୁରିଆ । ଆଉ ମା ଝିଅର ସେବାରେ ଦିନ ରାତି ଲାଗିଛନ୍ତି । ଗେହ୍ଲେଇ ମଧ୍ୟ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଛନ୍ତି କିନ୍ତୁ ସେ ମଧ୍ୟ ସରକାରଙ୍କ ଭତ୍ତା ଖଣ୍ଡକ ପାଇବାରୁ ବଞ୍ଚିତ । ସରକାରୀ ସହାୟତା କହିଲେ ୫ କେଜି ଚାଉଳ ବାସ ସେତକ ହିଁ । ଏଣୁ ସେମାନେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି କି, ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ମାସିକ ଭତ୍ତା ଖଣ୍ଡକ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗେଇ ଦେବାରେ ସହାୟକ ହୁଅନ୍ତୁ ।
Leave A Reply

Your email address will not be published.