ତାମିଲନାଡ଼ୁ ଚାଲାଣ ବେଳେ ୧୮ ଦାଦନ ଶ୍ରମିକ ଅଟକ

186

ଜୟପୁର : କରୋନା କାଳରେ କୋରାପୁଟ ଜିଲ୍ଲାରୁ ତାମିଲନାଡୁ ଅଭିମୁଖେ ଚାଲାଣ ହେଉଥିଲା ପ୍ରବାସୀ ଶ୍ରମିକଙ୍କ ବସ୍ ଅଟକ । କାଠରଗଡା ପଞ୍ଚାୟତର ନୂଆଗୁଡା ଗ୍ରାମ ନିକଟରୁ ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ତାମିଲନାଡୁର ତିରୂପର ଜିଲ୍ଲାର ଲଷ୍ମୀ ଭେଙ୍କେଟେଶ୍ୱର ସୂତାମିଲକୁ ନେଉଥିଲା ବସ୍ ନମ୍ବର KL ୪୦ B ୩୦୯୯ । ଆଜି ସକାଳ ୮ଟା ୩୦ ମିନିଟ ସମୟରେ ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ବସକୁ ଥାନାରେ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଏବଂ ଏସଡିପିଓ ହରେକୃଷ୍ଣ ମାଝୀ ପହଞ୍ଚି ଶ୍ରମିକ ମାନଙ୍କୁ ଏ ବାବଦରେ ପଚରାଉଚରା କରିଛନ୍ତି । ଅଟକ ୧୮ ଜଣ ଶ୍ରମିକଙ୍କ ମଧ୍ୟରେ ବୋରିଗୁମ୍ମା ବ୍ଲକରୁ ୧୫, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଏବଂ କଳାହାଣ୍ଡିରୁ ଜଣେ ଶ୍ରମିକ ରହିଥିବା ବେଳେ ଦୁଇ ଜଣ ଶ୍ରମିକ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି । ସମସ୍ତ ଶ୍ରମିକଙ୍କ ବିନା ଲାଇସେନ୍ସରେ ଏବଂ ବିନା କୋଭିଡ ଟେଷ୍ଟରେ ଚାଲାଣ ହେଉଥିବା ବେଳେ ସେମାନଙ୍କର ଟେଷ୍ଟ ପରେ ଛଡ଼ାଯିବ ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ ।

ସେପଟେ ସମସ୍ତ ଡ଼କୁମେଣ୍ଟ ରେଡି ହେଲେ ବସଟିକୁ ଥାନରୁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ମାଝୀ । ଅନ୍ୟପଟେ କରୋନା ସମୟରେ କାମ ଧନ୍ଦା ମିଳୁନି ଏଣୁ ଆମେ ଅଧିକ ଟଙ୍କା ମିଳୁଥିବାରୁ ତାମିଲନାଡୁ ଯାଉଛୁ ବୋଲି କହିଛନ୍ତି ପ୍ରବାସୀ ଶ୍ରମିକ ।

Leave A Reply

Your email address will not be published.