ଗଞ୍ଜାମ : ଗଞ୍ଜାମ ଜିଲା ଅଂଗନବାଡିକର୍ମୀଙ୍କ ବିଜୟ ହୋଇଛି । ପ୍ରଶାସନ ଅଂଗନବାଡିକର୍ମୀଙ୍କ ଆନ୍ଦୋଳନ ଆଗରେ ହାର୍ ମାନିଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ଓ ଆଶା ମାନେ କରୋନା ସର୍ଭେ ଟେଷ୍ଟ ଇତ୍ୟାଦି କାର୍ଯ୍ୟ କରିବାପାଇଁ ତିନି ମାସ ମାସିକ ଏକ ହଜାର ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରିବା ସହ, ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏସବୁ ସୁବିଧା ଅଂଗନବାଡିକର୍ମୀ ମାନଙ୍କୁ ନଦେଇ ଅଂଗନବାଡିକର୍ମୀ ମାନେ କରୋନା କାର୍ଯ୍ୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ବାଧ୍ୟ କରିବାରୁ ଗଂଜାମ ଜିଲା ବିଏମଏସ ଓ ଏଆଇଟିୟୁସି ଅନୁବଂଧିତ ଦୁଇଟି ଅଂଗନବାଡିକର୍ମୀ ସଂଘର କର୍ମକର୍ତ୍ତା ମାନେ ଗତ ୧୮ତାରିଖରେ ଗଞ୍ଜାମ ଜିଲାପାଳଙ୍କୁ ସାକ୍ଷାତ କରି ସେମାନେ କରୋନା କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ରୋକଠୋକ୍ ଜଣାଇ ଆସିବା ପରେ ସରକାରଙ୍କ ଅକଲଗୁଡୁମ ହୋଇ ଯାଇଛି । କାରଣ ଗ୍ରାମାଚଂଳରେ ଅଂଗନବାଡିକର୍ମୀଙ୍କ ସହଯୋଗ ବିନା କରୋନା ବିରୁଦ୍ଧରେ ଲଢେଇ ଲଢିବା ସରକାରଙ୍କ ପକ୍ଷରେ ସମ୍ଭବପର ନୁହେଁ । ଏଣୁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କାର୍ଯ୍ୟ କରିବା ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିବା ସହ ଏହା ସମସ୍ତ ଜିଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ଲେଖି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.