ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ସୋନାଲିକା ଟ୍ରାକ୍ଟରର ଅଧିକୃତ ବିକ୍ରେତା ଏମ ଏସ ଧନଲଷ୍ମୀ ଏଣ୍ଟରପ୍ରାଇଜର୍ସ ଠାରେ ଆଜି ସୋନାଲିକା ଟ୍ରାକ୍ଟରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷ ଗ୍ରାହକ ମାନଙ୍କ ପାଇଁ ଏକ ଲାଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୋନାଲିକା ଟ୍ରାକ୍ଟରର ଓଡିଶା ମୁଖ୍ୟ ବିବେକ ବାଜପେୟୀ, ଏରିଆ ମ୍ୟାନେଜର ଚିତ୍ତରଞ୍ଜନ ଦାସ, ପ୍ରୋଜେକ୍ଟ କୋଡ଼ିନେଟର ଚୟନ ମୟୀତି ଉପସ୍ଥିତ ରହି ସୋନାଲିକା ଟ୍ରାକ୍ଟରର ଗ୍ରାହକ ମାନଙ୍କୁ ସୋନାଲିକା ଟ୍ରାକ୍ଟରର ସମ୍ୱନ୍ଧରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ପରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଲଟେରୀ ଉଠାଣର ପ୍ରଥମ ପୁରସ୍କାର ବିଜେତା ସୋମନାଥ ବାଟଲାଙ୍କୁ ଏକ ଫ୍ରିଜ ପାଇଥିଲେ । ଦ୍ୱିତୀୟ ପୁରସ୍କାର ବିଜେତା ରବି ବରଜାଙ୍କୁ ଡିନରସେଟ, ତୃତୀୟ ପୁରସ୍କାର ବିଜେତା ଦେବା ବେଟିଙ୍କୁ ମିକ୍ସ ଗ୍ରାଇଣ୍ଡର, ଚତୁର୍ଥ ପୁରସ୍କାର ବିଜେତାଙ୍କୁ ପ୍ରେସର କୁକର, ପଞ୍ଚମ ପୁରସ୍କାର ବିଜେତାଙ୍କୁ ୱାଟର ଫିଲଟର ଓ ଅନ୍ୟ ମାନଙ୍କୁ ସାନ୍ତାନାମୂଳକ ପୁରସ୍କାର ଭାବେ ଗୋଟିଏ ଲେଖାଏଁ ହଟକେଶ ପ୍ରଦାନ କରାଯାଇଥିଲା । ଏହି ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ମଧ୍ୟରେ ଆଜି ୪ଟି ଗାଡି ମଧ୍ୟ ବିକ୍ରି ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ବିକ୍ରି ହୋଇଥିବା ସୋନାଲିକା ଟ୍ରାକ୍ଟର ଗ୍ରାହକ ମାନଙ୍କ ମଧ୍ୟରୁ ପ୍ରାୟ ୬୦ ରୁ ୭୦ ଜଣ ଗ୍ରାହକ ଉପସ୍ଥିତ ଥିବାରୁ ମାଲକାନଗିରି ସୋନାଲିକା ଟ୍ରାକ୍ଟରର ଅଧିକୃତ ବିକ୍ରେତା ପି ଗୋବିନ୍ଦା ବହୁତ ଆନନ୍ଦ ଅନୁଭବ କରିଥିଲେ । ଆଗାମୀ ଦିନରେ କିପରି ଅଧିକ ବିକ୍ରି କରାଯିବ ଗ୍ରାହକ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ମାଲକାନଗିରି ସୋନାଲିକା ଟ୍ରାକ୍ଟରର ସେଲସମ୍ୟାନ ଓ ଅଫିସ ଷ୍ଟାଫ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.