ସ୍ଥାୟୀ ବନାଞ୍ଚଳ ଅଧିକାରୀ ପଦବୀ ଖାଲି

158

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ରେଞ୍ଜରେ ସ୍ଥାୟୀ ବନାଞ୍ଚଳ ଅଧିକାରୀ ନଥିବା ଯୋଗୁଁ ବହୁ ସମସ୍ୟାରେ ଗତିକରୁଥିବା ଜଣା ପଡୁଛି । ଚଳିତ ବର୍ଷ ଅପ୍ରେଲ ମାସ ୧୩ ତାରିଖରେ ଉକ୍ତ ରେଞ୍ଜରେ ଥିବା ବନାଞ୍ଚଳ ଅଧିକାରୀ ସ୍ବର୍ଗତ ପ୍ରଫୁଲ୍ଲ କୁମାର ନାୟକଙ୍କ ଦେହାନ୍ତ ହେବା ପରେ ରାୟଗଡା ରେଞ୍ଜର ବନାଞ୍ଚଳ ଅଧିକାରୀ ଅଶୋକ କୁମାର ପ୍ରଧାନଙ୍କୁ ଦାଇତ୍ଵ ଦିଆଯାଇଛି । ଜଣେ ବନାଞ୍ଚଳ ଅଧିକାରୀ ରାୟଗଡା ଓ କଲ୍ୟାଣସିଂହପୁର ରେଞ୍ଜରେ କାର୍ଯ୍ୟକରିବା ବହୁତ ଅସୁବିଧାରେ ସମ୍ମୁଖିନ ହେଉଛି । ସେ ରାୟଗଡା ରେଞ୍ଜରେ ସମସ୍ତ କାର୍ଯ୍ୟ କରୁଥିବା ବେଳେ କେବେ କେମିତି କଲ୍ୟାଣସିଂହପୁର ରେଞ୍ଜକୁ ଆସୁଥିବା ଜଣାପଡୁଛି । ଯାହାଫଳରେ ଉକ୍ତ ରେଞ୍ଜରେ ବିନା ଅଧିକାରୀଙ୍କ ଉପସ୍ଥିତିରେ କିପରି କାର୍ଯ୍ୟ କରାଯାଉଥିବା ତାହା ଏଥିରୁ ଜଣାପଡୁଛି । ତୁରନ୍ତ ଉକ୍ତ ରେଞ୍ଜକୁ ରେଞ୍ଜର ବା ବନାଞ୍ଚଳ ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଏହି ରେଞ୍ଜକୁ ଲୋକମାନେ ଆସି ରେଞ୍ଜରଙ୍କୁ ଖୋଜି ନ ପାଇ ନିରାଶ ହୋଇ ଚାଲି ଯାଉଥିବା ଜଣାପଡୁଛି ।

Leave A Reply

Your email address will not be published.