ପୌଷ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ପବିତ୍ର ସୁନାବେଶ : ୫ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ , ନୀତିରେ ବିଳମ୍ବ, ସଂନ୍ଧ୍ୟା ସୁଦ୍ଧା ଭକ୍ତଙ୍କୁ ମିଳିଲାନି ମହାପ୍ରସାଦ

183
ପୁରୀ:  ଆଜି ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପବିତ୍ର ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଯାଇଛି । ତେବେ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ନିର୍ଦ୍ଧାରୀତ ସମୟ ଠାରୁ ୫ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ସୁନାବେଶ । ଉଭୟ ପକ୍ଷ ମଧ୍ୟରେ ଆପୋଷ ଆଲୋଚନା ପରେ ବିଳମ୍ବରେ ସୁନାବେଶ ଆରମ୍ଭ ହୋଇଥିଲା । ବିଶେଷ କରି ସୁନାବେଶରେ ନିୟୋଜିତ ହେଉଥିବା ପାଳିଆ ସେବାୟତଙ୍କ ସଂଖ୍ୟାକୁ ନେଇ ଏହି ବିବାଦ ଦେଖା ଦେଇଥିଲା ।
ଅନ୍ୟପକ୍ଷରେ ଶ୍ରୀଜୀଉଙ୍କ ନୀତିରେ ବିଳମ୍ବ ଯୋଗୁଁ ସଂନ୍ଧ୍ୟା ସୁଦ୍ଧା ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ଜଣାପଡିଛି ।
Leave A Reply

Your email address will not be published.