ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଚାଷୀଙ୍କ ସହ ଧାରଣାରେ ବିଜେପି ନେତା ବିଡ଼ିଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

170

ଖୋର୍ଦ୍ଧା : ବିଜେପି ତରଫରୁ ମଣ୍ଡି ଚାଲ ଅଭିଯାନ କ୍ରମରେ ଟାଙ୍ଗୀ ଧାନ ମଣ୍ଡିକୁ ବିଜେପି ନେତା କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପରିଦର୍ଶନରେ ଯିବା ବେଳେ ଚାଷୀଙ୍କ ଅଭିଯୋଗ ଯେ, ମଣ୍ଡିରେ କୁଇଂଟାଲ ପିଛା ୨.୫୦୦କି.ଗ୍ରା ଧାନ କଟନୀ ଛଟନୀ ହେଉଥିବାରୁ ଏବଂ ଧାନର ଗ୍ରେଡ଼େସନ୍ ତଥା ଏଫ.ଏ.କ୍ୟୁ ମାନ ନିର୍ଦ୍ଧାରଣ ହେଉ ନଥିବାର ଦେଖିବାକୁ ପାଇଲେ ପ୍ରତିନିଧି ମଣ୍ଡଳୀ । ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମିଲର ସନ୍ତୋଷ ଜନକ ଉତର ଦେଇ ନପାରିବାରୁ ଏବଂ ମିଲରଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ବିଜେପି ନେତାମାନେ ଚାଷୀମାନଙ୍କ ମଣ୍ଡି ଆଗରେ ନାରାବାଜି ଦେଇ ପ୍ରତିବାଦ ସ୍ୱରୂପ ଧାରଣାରେ ଦୀର୍ଘ ୪ ଘଂଟା ଧରି ବସିଥିଲେ ।

 

ଧାରଣା ସ୍ଥଳରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ କହନ୍ତି ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ଯୋଗା ଯୋଗ କଲା ପରେ ତତ୍କ୍ଷଣାତ୍ ଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦରାଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଏଠାରେ ଅଖା ଅଥବା ଅଖା ବାବଦକୁ ଅର୍ଥ ଚାଷୀଙ୍କୁ ମିଳୁ ନାହିଁ । ମଣ୍ଡରେ ୨୭୫ଜଣଙ୍କର ପ୍ରାୟ ୧୩ ହଜାର କୁଇଂଟାଲ ଧାନ ଦିଆଯିବା ପାଇଁ ପଂଜିକରଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ୨୦ ଦିନ ଭିତରେ ମାତ୍ର ୫୨ଜଣ ଚାଷୀଙ୍କର ପ୍ରାୟ ୨ ହଜାର କୁଇଂଟାଲ ଧାନ ବିକ୍ରୀ ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି ଅବଶିଷ୍ଟ ୨୨୩ଜଣ ଚାଷୀଙ୍କର ପ୍ରାୟ ୧୧ ହଜାର କୁଇଂଟଶଲ ଧାନର ବିକ୍ରୟ ପାଇଁ କେବେ ଟୋକନ ଏବଂ ଟାରଗେଟ୍ ଆସିବା ତାହା ହିଁ ପ୍ରଶ୍ନବାଚୀ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କର ଏକ ପ୍ରଶ୍ନର ଉତରରେ ମିଲରର୍ସ ପ୍ରତିନିଧି ଉତ୍କ୍ଷିପ୍ତ ହୋଇ ଅସୋ÷ଜନ୍ୟ ବ୍ୟବହାର କରି ମଣ୍ଡି ଛାଡ଼ି ନିଜର ଟ୍ରକକୁ ନେଇ ପଳାଇ ଯାଉଥିବା ବେଳେ ଚାଷୀମାନେ ଗାଡ଼ିଟିକୁ ଅଟକାଇ ଥିଲେ ।

ଏହି ସବୁ ପ୍ରସଙ୍ଗରେ ସ୍ଥାନୀୟ ବିଡ଼ିଓ ହସ୍ତକ୍ଷେପ କରି ପୁନଃ ମିଲରକୁ ଡ଼କାଇ ବିନା କଟନି ଛଟନିରେ ଉଠାଇବାକୁ ତାଗିଦ ତଥା ନିର୍ଦ୍ଦେଶ ଦେବାରୁ ଚାଷୀଙ୍କର ଧାନ ଉଠାଯାଇଥିଲା । ଆନ୍ଦୋଳନରତ ନେତାମାନଙ୍କୁ ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କରେ ଖୁବ ଶୀଘ୍ର ବୈଠକ ଡ଼କାଯାଇ ନିଷ୍ପତି ନିଆଯିବାର ପ୍ରତିଶୃତି ମିଳିବା ପରେ ଧାନ ମଣ୍ଡିରୁ ବିଜେପି ନେତା ଏବଂ ଚାଷୀମାନେ ଧାରଣାରୁ ଉଠିଥିଲେ । ଏହି ଧାରଣା ସ୍ଥଳରେ କୃଷକ ନେତା କେଳୁ ଜଗବ୍ଦେବ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଅଶୋକ ମହାନ୍ତି, ସମାଜ ସେବୀ ରାମଚନ୍ଦ୍ର ପରିଡ଼ା, ରଘୁନାଥ ସାହୁ, ଗିରଶି ଚନ୍ଦ୍ର ବେହେରା, ପୂର୍ବତନ ଟାଙ୍ଗୀ ସମବାୟ ସମିତି ସଭାପତି ମିଟନ ରାଉତ ସମେତ ଶତାଧିକ ସ୍ଥାନୀୟ ଚାଷୀ ଉପସ୍ଥି ଥିଲେ ।

Leave A Reply

Your email address will not be published.