ଚିତ୍ରକୋଣ୍ଡା ବ୍ଳକ ଶିକ୍ଷା ଅଧିକାରିଣୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

154

ମାଲକାନଗିରି : ଭାଇରାଲ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଡ୍ୟାନ୍ସ ଭିଡିଓ । ବାଲିମେଳା ପୋଟେରୁ ଜନସେଚନ ବିଭାଗ ସରକାରୀ ଅତିଥି ଭବନରେ ଜମିଥିଲା ନାଚ ଗୀତର ଆସର । ସରକାରୀ ପଦବୀର ଅପବ୍ୟବହାର । ସମ୍ବଲପୁରୀ ଗୀତରେ ନାଚିଲେ ଝୁମିଲେ, କାନ୍ଦକୁ କାନ୍ଦ ଲଗାଇ ଅମାନିଆଙ୍କ ଭଳି କରୁଛନ୍ତି କାମ ।

ମିଳିଥିବା ସୂଚନା ଅନୁସାରେ କୋଭିଡ କଟକଣାର ଧଜିଆ ଉଡାଇ ବିନା ମାକ୍ସରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ଭିଡ଼ିଓଟି ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ମ୍ୟାଡାମଙ୍କର । ଭିଡିଓଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କରୋନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀ କିଭଳି ସରକାରୀ ନିୟମକୁ ଉଲଂଘନ କରୁଛନ୍ତି ଏବଂ ଏଥିପ୍ରତି କାହାର ନଜର ନାହିଁ । ତେବେ ଭିଡିଓରେ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ବିଇଓ ମ୍ୟାଡ଼ାମ କିଭଳି ନିଜ କର୍ମଚାରୀଙ୍କୁ ଭିଡି ନାଚୁଛନ୍ତି ।

ଏହି ଘଟଣା ବିଷୟରେ ପ୍ରତିକ୍ରିୟା ନେବାପାଇଁ ଆମେ ବିଇଓ ସୁଶ୍ରୀ ଗାୟତ୍ରୀ ଦେବୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।ତେଣୁ ସରକାରୀ କର୍ମଚାରୀଙ୍କ ଉପରେ କି ପ୍ରକାର ତଦନ୍ତ ହେବ ଆଉ ପଦକ୍ଷେପ ନିଆଯିବ ନା ସରକାରୀ କର୍ମଚାରୀ ବୋଲି ଘଟଣାକୁ ଦବେଇ ଦିଆଯିବ ତାହା ସମୟ ହିଁ କହିବ ।

Leave A Reply

Your email address will not be published.