ଦୀର୍ଘ ୯ ମାସ ପରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର

181

ବୈପାରିଗୁଡା: ଆଜି ଠାରୁ ଭକ୍ତ ମାନେ ଦର୍ଶନ କରିପାରିବେ ବାବା ଗୁପ୍ତେଶ୍ଵରଙ୍କୁ । କରୋନା କଟକଣା ପାଇଁ ଦୀର୍ଘ ୯ ମାସ ପରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର ଆଜିଠାରୁ ଖୋଲିଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଘୋଷଣା କରିଥିଲେ । ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ଆଜି ସେବାୟତଙ୍କ ପରିବାର ଲୋକ ଏବଂ ଗୁପ୍ତେଶ୍ଵର ପଞ୍ଚାୟତର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଏହା ସହ ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ତଥା ନୂଆ ବର୍ଷର ୩ ତାରିଖରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯିବ । ବାବା ଗୁପ୍ତେଶ୍ଵରଙ୍କ ମନ୍ଦିର ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ଯାଏଁ ମନ୍ଦିର ଖୋଲା ରହିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିବା ସହ ଗୁପ୍ତେଶ୍ଵର ପଞ୍ଚାୟତର ସରପଞ୍ଚ ବଳରାମ ଖିଲଙ୍କ ପକ୍ଷରୁ ମଧ୍ୟ ସୂଚନା ମିଳିଛି ।

Leave A Reply

Your email address will not be published.