ବିଷମକଟକ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସୁନାରୀଗୁଡା ଗ୍ରାମ ଜଙ୍ଗଲରେ ବନ ବିଭାଗ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟାଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେରେ ବିଷମକଟକ ଥାନା ଅଧିକାରୀ ସୁବାସ ଚନ୍ଦ୍ର କରକରା, ସିଆର୍ପିଏଫ ଅତିରିକ୍ତ କମାଣ୍ଡଟ ଗୁରୁ ଚରଣ ସ୍ୱ।ଇ, ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ କିସମର ବୃକ୍ଷ ରୋପୋଣ କରିଥିଲେ । ବିଭାଗ ଦ୍ଵାରା ଅଁଳା, ଗଙ୍ଗ ସିଉଳି, ବେଲ, ଅର୍ଜୁନ, ଅସୋକା, ଦେବଦାରୁ, ଲିମ୍ବ ଭଳି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଇବା ସହ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଦେବାକୁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ବିଷମକଟକ ବନ ପାଳ ଡମ୍ବୁରୁ ଧର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ବନ ରଖି କମଳା ନାଗ, ରୋନିତ୍ କୁମାର ମହାରଣା ଙ୍କ ସମେତ ସମସ୍ତ ବନ କର୍ମ ଚାରି ଉପସ୍ଥିତ ଥିଲେ । ଏବଂ ବିସମକଟକ ଅଗ୍ନିଶମ ବିଭାଗ ଅଧିକାରୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଗୋଟାଏ ଦିନରେ ୧୬୦ ଟି ବୃକ୍ଷ ରୋପୋନ କରାଯାଇଥିବା ବେଳେ ଆଗକୁ ବିଭିନ୍ନ ସ୍ଥାନରେ ଏପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି ।