ନିଶ୍ଚିନ୍ତକୋଇଲି : କଟକ ସଦର ନିର୍ବାଚନ ମଣ୍ଡଳୀର ନେତା, ପୂର୍ବତନ ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ କୋଭିଡ୍ ସଂକ୍ରମିତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ମହାପୁରୁଷ ଅଚ୍ୟୁତନନ୍ଦଙ୍କ ପୀଠ ନେମାଳରେ ନେମାଳ ମଣ୍ଡଳ ପକ୍ଷରୁ ସଭାପତି ରଞ୍ଜନ କୁମାର ନନ୍ଦ, ନେମାଳ ସରପଞ୍ଚ ମୁକ୍ତାର ଅଲ୍ଲୀ, ସାଧାରଣ ସଂପାଦକ ନକୁଳ ଚରଣ ଜେନା, ଅକ୍ଷୟ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ମହାନ୍ତି, କଳମିଶ୍ରୀ ପଞ୍ଚାୟତ ପ୍ରମୁଖ ଅନିନ୍ଦୁ ପରିଡା, ଜିଲ୍ଲା ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟ ରଞ୍ଜନ ଖୁଣ୍ଟିଆ, ଯୁବ ମୋର୍ଚ୍ଚା ସଦସ୍ୟ ସନ୍ଦିପ ଦାସ, ତାପସ ଭୋଳ, କାର୍ଯ୍ୟକାରିଣୀ ସଦସ୍ୟ ମାଧବାନନ୍ଦ ଭୂୟାଁ, ମହିଳା ମୋର୍ଚ୍ଚା ସଦସ୍ୟା ସୁଜାତା ନନ୍ଦ, ମମତା ଜେନାଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ମହାପୁରୁଷ ଅଚ୍ୟୁତନନ୍ଦଙ୍କ ପୀଠରେ ପୂଜାର୍ଚ୍ଚନା ସହ ଦୀପଦାନ କରି ଦିଲ୍ଲୀପ ମଲ୍ଲିକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.