ଟୀକାକରଣ ବନ୍ଦ : ଜନ ଅସନ୍ତୋଷ

167

ମୁନିଗୁଡା : ଅମ୍ବାଦଳା କରୋନା ମହାମାରୀ ସହିତ ଲଢ଼ିବା ପାଇଁ ଟୀକାକରଣ ଏକମାତ୍ର ଅମୋଘ ଅସ୍ତ୍ର ଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ । କିଛି ଦିନର ଟୀକାକରଣ ପରେ ଗତ ୪/୫ ଦିନ ହେବ ଟୀକାକରଣ ବନ୍ଦ ରହିଥିବା ଯୋଗୁଁ ଜନ ଅସନ୍ତୋଷ ଲକ୍ଷ୍ୟ କରାଯାଇଛି । ଅମ୍ବାଦଳା ଅଞ୍ଚଳରେ ଅମ୍ବାଦଳ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଟୀକାକରଣ ହେଉଛି । ପ୍ରଶାସନିକ ସ୍ତରରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ଯଥାବିଧି ଚେଷ୍ଟା କରାଯାଉଥିଲେ ମଧ୍ୟ ଟୀକାର ଅଭାବ ଯୋଗୁଁ ଟୀକାଦାନ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇପାରୁନାହିଁ ।

ଗତ ୨୧ ତାରିଖ ଠାରୁ ୧୮-୪୪ ବର୍ଗୀୟ ବ୍ୟକ୍ତିଙ୍କ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୮୪ ଦିନ ପୂର୍ବରୁ ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟ ଦ୍ୱିତୀୟ ଡୋଜ୍ ପାଇଁ ସମୟ ଆସିଗଲାଣି । କିନ୍ତୁ ଟୀକାଦାନ କାର୍ଯ୍ୟକ୍ରମ ବନ୍ଦ ଥିବା ଯୋଗୁଁ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦ୍ୱିତୀୟ ଡୋଜ୍ ଟୀକାଦାନ ପାଇଁ ମୋବାଇଲକୁ ବାରମ୍ବାର ମେସେଜ୍ ମଧ୍ୟ ଆସୁଥିବାରୁ କିଛି ବ୍ୟକ୍ତି ଟୀକାଦାନ କେନ୍ଦ୍ରକୁ ଆସି ଫେରି ଯାଉଥିବା ଦେଖିବାକୁ ମିଳିଛି । କିଛି ଦିନ ହେବା ରାଜ୍ୟର ପ୍ରାୟ୍ କିଛି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ ତୁରନ୍ତ ଟୀକା ଯୋଗାଇ ଟୀକାକରଣ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.