ବୈପାରିଗୁଡା: ମହାନ ଦେଶଭକ୍ତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳିତ ହୋଇଯାଇଛି । ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମାଠାରେ ବହୁ ନିରାଡ଼ମ୍ବର ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦଙ୍କ ଫାଶୀ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା । ଏହାପରେ ସ୍ଥାନୀୟ ଛକଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ପରେ ପରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ- ମହମ୍ମଦ ଅବଦାଲ ଅଖତର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପିଏ.ଆଇ.ଟି.ଡ଼ି.ଏ- ଗୋପୀନାଥ ସାରକା, ଲୋକ ସମ୍ପର୍କ ଅଧିକାରୀ ଜୟପୁର- ପୀତବାସ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା- ସରୋଜିନୀ କାଣ୍ଡିକି, ଉପାଧ୍ୟକ୍ଷ- ତ୍ରିଲୋଚନ ଜେନା, ବିଡ଼ିଓ- ଅଭିମନ୍ୟୁ କବି ଶତପଥୀ, ତହସିଲଦାର- କୈଳାସ ଚନ୍ଦ୍ର ତ୍ରିପାଠୀ, ସରପଞ୍ଚ- ବୁଦ୍ରା ନାୟକ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଗ୍ରାମରେ ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ଭୂମିକା ସଂପର୍କରେ ସ୍ମୃତିଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶହୀଦ ଲକ୍ଷ୍ମଣ ନାୟକ ଟ୍ୱିଟର କ୍ଳବର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା ପରିଚାଳନା କରିଥିଲେ ।