ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଖାଦ୍ୟ ଦେବ କାହ୍ନା ଚାରିଟେବୁଲ୍ ଟ୍ରଷ୍ଟ

180

ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି । କିଛି ଲୋକ ଏକୁଟିଆ ରହୁଥିବା ବେଳେ ସେମାନେ କରୋନାରେ ସଂକ୍ରମିତ ହୋଇ ଘରୋଇ ସଙ୍ଗରୋଧରେ ରହୁଛନ୍ତି । ସେହିପରି କେତେକ ପରିବାରର ସମସ୍ତ ସଦସ୍ୟ ମଧ୍ୟ ସଂକ୍ରମିତ ହେଉଛନ୍ତି । ଫଳରେ ସେମାନେ ରୋଷେଇ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି କାହ୍ନା ଚାରିଟେବୁଲ ଟ୍ରଷ୍ଟ । ବ୍ରହ୍ମପୁର ସହରରେ ଘରୋଇ ସଙ୍ଗରୋଧରେ ଥିବା କରୋନା ସଂକ୍ରମିତଙ୍କୁ ଟ୍ରଷ୍ଟ ତରଫରୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି । ଇଚ୍ଛୁକ ବ୍ୟକ୍ତି ମାନେ ମୋବାଇଲ୍ ନଂ ୯୦୪୦୧୧୯୨୧୬ ଓ ୯୮୬୧୩୩୦୫୪୬ ରେ ପୂର୍ବାହ୍ନ ୧୧ଟା ପୂର୍ବରୁ ଯୋଗାଯୋଗ କରିବାକୁ ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.