ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରିର ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ଏକ ମିନିବସରେ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି। ଜି.ଉଦୟଗିରି ଶ୍ରୀରାମପଦା ଠାରେ କାର୍ଯ୍ୟକ୍ଷମ ନହୋଇ ପଡି ରହିଥିବା ନୂଆ ବସଷ୍ଟାଣ୍ଡ ପରିସରରେ ରହିଥିବା ମିନିବସ ନଂ ଓଆର ୧୨ ୮୯୯୦ ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ମିନିବସଟି ହୁ ହୁ ହୋଇ ଜଳିଯାଇଥିଲା। ଆଖପାଖ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ l ଖବର ପାଇ ତୁରନ୍ତ ଜି.ଉଦୟଗିରି ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ଓ ତାଙ୍କ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବା କାରଣ ବର୍ତ୍ତମାନ ସୁଧା ଜଣାପଡିନାହିଁ। କିନ୍ତୁ ଯାହା ଶୁଣିବାକୁ ମିଳୁଛି, ଅକ୍ଷମ ବସଷ୍ଟାଣ୍ଡ ପରିସରରେ ପ୍ରତିଦିନ ମଦୁଆ, ଜୁଆଡ଼ି ଓ ଗଂଜୁଡ଼ି ବ୍ୟକ୍ତି ମାନଙ୍କ ଆଡ୍ଡା ଜମୁଥାଏ, ଫଳରେ କୌଣସି ବ୍ୟକ୍ତି ଗଂଜେଇ ଟାଣି ନିଆଁ ଛାଡି ଦେଇ ଥିବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି l ମିନିବସର ମାଲିକଙ୍କ ନାମ ଅଜୟ ଦିଗାଲ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.