ନକ୍ସଲ ସଂଗଠନ ତରଫରୁ ଆଜି ବନ୍ଦ ଡାକରା

161

ରାୟଗଡା: ମୁନିଗୁଡ଼ା ସଦରମହକୁମା ରାୟଗଡା କନ୍ଧମାଳ ସିମାନ୍ତ ଓଡିଶା ପୋଲିସର ନକ୍ସଲ ଉପରେ ଆକ୍ରମଣର ପ୍ରତିବାଦରେ ନକ୍ସଲ ସଂଗଠନ ତରଫରୁ ଆଜି ବନ୍ଦ ଡାକରା ଦିଆଯାଇଛି । ରାୟଗଡ଼ା -କନ୍ଧମାଳ ସୀମାନ୍ତ ବଣ୍ଡା ପିପିଲି ଗ୍ରାମ ନିକଟରେ ନକ୍ସଲମାନେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ରାୟଗଡା -କନ୍ଧମାଳ ଜିଲ୍ଲା ରାସ୍ତାରେ ଗମନାଗମନ ବଧାପ୍ରାପ୍ତ ହୋଇଛି । ଗତ ୨୪ ତାରିଖ ଦିନ ଏକ ଅଡିଓ ଟେପ ଜାରି କରାଯାଇ ମାଓ ସଂଗଠନ ପକ୍ଷରୁ ଆସନ୍ତା ୨୮ ତାରିଖ ଦିନ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା ଦେଇଥିଲା ମାଓ ସଂଗଠନ । ଏନେଇ ଏକ ଅଡିଓ ଟେପ୍ ଜାରି କରାଯାଇଥିଲା ମାଓ ସଂଗଠନ ପକ୍ଷରୁ । ସିପିଆଇ ମାଓବାଦୀ ପକ୍ଷରୁ ସୋନାଲି ଏହି ଅଡିଓ ଟେପରେ ଜାରି କରି ଆସନ୍ତା ୨୮ ତାରିଖକୁ ଓଡିଶା ସମେତ ପୂର୍ବ ଛତିଶଗଡ଼ ବନ୍ଦ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଅଡିଓ ଟେପ୍ରେ ସହୀଦ ନକ୍ସଲ ସାଥୀଙ୍କ ମୃତ୍ଯୁର ଜବାବ ଦେବା ପାଇଁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଏସଓଜି ଓ ଡିଭିଏଫ୍ ଜବାନ ମାନେ ଯେପରି ନକ୍ସଲ ସାଥୀ ମାନଙ୍କୁ ହତ୍ୟା କରୁଛନ୍ତି ତାର ଉଚିତ୍ ଜବାବ ଦିଆଯିବ ବୋଲି ଅଡିଓ ଟେପ୍ ଜାରି କରି କୁହାଯାଇଥିଲା । ଜଳ,ଜଙ୍ଗଲ ଓ ଜମିର ହକ୍ ପାଇଁ ଲଢେ଼ଇ କରିବାକୁ ମାଓସଂଗଠନ ଆହ୍ବନ କରିଥିଲା । ତେବେ ଆଜି ଏହାର ପ୍ରଭାବ ରାୟଗଡା ଜିଲ୍ଲାର କନ୍ଧମାଳ ସୀମାନ୍ତରେ ଦେଖିବା ପାଇଁ ମିଳିଛି । ଗଛ କାଟି ରାସ୍ତା ଅବରଧ କରାଯାଇ ବିଭିନ୍ନ ସ୍ଥାନରେ ପୋଷ୍ଟେର ଲଗାଯାଇଥିବା ଦେଖିବା ପାଇଁ ମିଳିଛି ।

Leave A Reply

Your email address will not be published.