ପ୍ରଧାନମନ୍ତ୍ରୀ ଆଜି କୁଶିନଗରରେ ଆୟୋଜିତ ‘ଅଭିଧମ୍ମ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ

168

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର କୁଶିନଗରଠାରେ ଆୟୋଜିତ ଅଭିଧମ୍ମ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । କୁଶିନଗର ଆର୍ନ୍ତଜାତିକ ବିମାନ ବନ୍ଦରର ଶୁଭ ଉଦ୍ଘାଟନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବୌଦ୍ଧ ସନ୍ନ୍ୟାସୀ ଓ ସାଧୁ ଯୋଗ ଦେବେ । ଶ୍ରୀଲଙ୍କା, ଥାଇଲାଣ୍ଡ, ମାଁମାର, ଦକ୍ଷିଣକୋରିଆ, ନେପାଳ, ଭୁଟାନ ଓ କାମ୍ବୋଡିଆର କେତେକ ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀଙ୍କ ସହିତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବୁଦ୍ଧଙ୍କ ଶେଷ ବିଶ୍ରାମସ୍ଥଳ କୁଶିନଗରରେ ତାଙ୍କର ବିରଳ ଦେହାବଶେଷକୁପ୍ରଦର୍ଶନ କରାଯିବ । ଏହି ଦେହବାଶେଷ ଶ୍ରୀଲଙ୍କାର ୱାସକଡୁଆ ଶ୍ରୀ ସୁବୁଦ୍ଧି ରାଜବିହାର ବୌଦ୍ଧ ମନ୍ଦିରରୁ ଅଣାଯାଇଛି ।

ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀଲଙ୍କାରୁ କେବଳ ୧୨୩ଜଣ ପ୍ରତିନିଧି ଆସିଛନ୍ତି । ଏଥିରେ ପବିତ୍ର ଦେହାବଶେଷ ଯାତ୍ରାଦଳର ୧୨ଜଣ ସଦସ୍ୟ ଅଛନ୍ତି । ଏହାର ନେତୃତ୍ୱ ନେଉଛନ୍ତି ୱସକାଡୁୱା ବୌଦ୍ଧମନ୍ଦିରର ବର୍ତ୍ତମାନର ମହାନାୟକ ବା ମୁଖ୍ୟ ।

ଏହି ଦେହାବଶେଷରେ ରହିଛି ବୁଦ୍ଧଦେବଙ୍କ ଚିତାଭସ୍ମ, କିଛି କ୍ଷୁଦ୍ର ଓ ଅସ୍ଥିଟୁକୁଡା ଓ କେତେକ ଅଳଙ୍କାର । ଏହାକୁ ବୁଦ୍ଧଦେବଙ୍କର ପ୍ରକୃତ ଦେହାବଶେଷଭାବେ ବିଚାର କରାଯାଏ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ କୁଶୀନଗରରେ ବୁଧବାର ଉଦ୍ଘାଟନ କରିବେ । ଏଥିସହିତ କୁଶିନଗର ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ ତାଙ୍କ ଦ୍ୱାରା ଉଦ୍ଘାଟିତ ହେବ । ବୁଦ୍ଧଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆୟୋଜିତ ପ୍ରଦର୍ଶନୀରେ ଅଜନ୍ତା ଚିତ୍ରକଳା, ବୌଦ୍ଧସୂତ୍ରର ହସ୍ତଲିପି ଏବଂ ଗୁଜରାଟର ବଡନଗର ତଥା ଅନ୍ୟାନ୍ୟ ସ୍ଥାନରୁ ଖନନ ହୋଇଥିବା ବୌଦ୍ଧ କଳାକୃତି ଆଜି ପ୍ରଦର୍ଶିତ ହେବ ।

Leave A Reply

Your email address will not be published.