ରାଜ୍ୟକୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୦ ହଜାର କୋଟି ଅନୁଦାନ ମିଳୁ – କଂଗ୍ରେସ

196

ଭୁବନେଶ୍ୱର: ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ସଂସଦରେ ୧ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ ।

ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି । କଂଗ୍ରେସ ଦଳର ଆଶଙ୍କା ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଦାବି ସଠିକ୍ ଭାବେ ଉପସ୍ଥାପିତ ହୋଇ ନପାରିଲେ ଓଡିଶାବାସୀଙ୍କୁ କ୍ଷତି ସହିବାକୁ ପଡିବ ।

ଏଣୁ ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ସରକାର ଦାବି କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପେକ୍ଷା ବଜେଟ୍ ପୂର୍ବରୁ ସରକାର ରାଜ୍ୟକୁ କିଭଳି ଅଧିକରୁ ଅଧିକ ଅନୁଦାନ ମିଳିବ ସେଥିପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତୁ । ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଦିଲ୍ଲୀ ଦରବାରରେ ଓଡିଶାର ନ୍ୟାଯ୍ୟ ସ୍ୱାର୍ଥ ଉପସ୍ଥାପନ ଲାଗି ଉଭୟ ବିଜେଡି – ବିଜେପିକୁ କଂଗ୍ରେସ ଦଳ ତରଫରୁ ଆହ୍ୱାନ କରାଯାଉଛି ।

ଓଡିଶାରୁ ପ୍ରତିବର୍ଷ ୧୫ ହଜାର କୋଟିରୁ ଉଦ୍ଧ୍ୱର୍ ରାଜସ୍ୱ ରେଳବାଇ ପାଉଥିବା ବେଳେ ରାଜ୍ୟର ରେଳ ବିକାଶ ଲାଗି ଆଗାମୀ ବଜେଟ୍ରେ ଅତି କମ୍ରେ ୧୦ ହଜାର କୋଟି ଟଙ୍କା ବଜେଟ୍ ଅନୁଦାନ ଘୋଷଣା କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.