କେଲୁଅ ନଦୀର ରମାପୁର ଠାରେ ମନୁଷ୍ୟକୃତ ଘାଇ ଅଭିଯୋଗ ଘଟଣା : ଘଟଣାସ୍ଥଳରେ ପହଂଚିଲେ ଭିଜିଲାନ୍ସର ୫ ଜଣିଆ ଟିମ୍

173

ଯାଜପୁର: ବ୍ରାହ୍ମଣୀର ଶାଖା ନଦୀ କେଲୁଅ ନଦୀର ରମାପୁର ଠାରେ ମନୁଷ୍ୟକୃତ ଘାଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସର ୫ ଜଣିଆ ଟିମ୍ ଆଜି ଘଟଣାସ୍ଥଳରେ ପହଂଚିଛି । ଭିଜିଲାନ୍ସ ଅତିରିକ୍ତ ଏସପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଏହି ଟିମ୍ ଗସ୍ତ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ପଚାଂୟତ ରମାପୁର ଠାରେ ହୋଇଥିବା ଏହି ଘାଇ ମନୁଷ୍ୟକୃତ ବୋଲି ଲୋକାୟୁକ୍ତଙ୍କ ନିକଟରେ ପୂର୍ବରୁ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ଏହି ଘାଇ ହେବା ଦ୍ୱାରା କୋତପୁର ପଚାଂୟତ ସମେତ ସ୍ଥାନୀୟ ଅଂଚଳର ୭ଟି ପଚାଂୟତ ବାସୀ ପ୍ରଭାବିତ ହୋଇଥିଲେ ।

Leave A Reply

Your email address will not be published.