ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଚାଷୀ, ଉଜୁଡ଼ା କ୍ଷେତ ଦେଖେଇଲେ

158

ବାରିପଦା: ହାତୀ ଉପଦ୍ରବ ନେଇ ଲୋକଙ୍କ ରୋଷର ଶିକାର ହେବାକୁ ପଡିଛି ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ । ଆଜି ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ତାଟୋ ଠାରେ ହାତୀ ଉପଦ୍ରବ ପ୍ରତିବାଦରେ ଶତାଧିକ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହିବାଟ ଦେଇ ସ୍ଥାନୀୟ ବିଧାୟିକା ଯାଉଥିବା ବେଳେ ଲୋକେ ଅଟକାଇଥିଲେ । ବିଧାୟିକାଙ୍କୁ ଚଲାଇ ଚଲାଇ ନେବା ସହ ସେମାନଙ୍କ ଉଜୁଡ଼ା କ୍ଷେତ ଦେଖାଇଥିଲେ । ଏପରିକି ଏସିଏଫ ଓ ରେଞ୍ଜ୍ ଅଧିକାରୀଙ୍କୁ ମଧ୍ୟ ଚଲାଇ ଚଲାଇ ନେଇଥିଲେ ।

Leave A Reply

Your email address will not be published.