ସୀମାନ୍ତରେ ଜଣେ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

152

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ବୋଲପୋଛା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜି ସର୍ଚ୍ଚ ଅପେରସନରେ ଯାଇଥିବା ସିଆରପିଏଫ ଯବାନ ମାନେ ଜଣେ ମାଓବାଦୀକୁ ଗିରଫ କରିବା ସହ ତା ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗିରଫ ମାଓବାଦୀ ମାଡିବି ହୁଙ୍ଗା ଜନମିଲିସିୟା ସଦସ୍ୟ ଭାବେ ନିଜ ଗ୍ରାମ ବୋଲପୋଛା ଅଞ୍ଚଳରେ ସଂଗଠନ ପାଇଁ ପୋଷ୍ଟର, ରାସ୍ତା ଖୋଳିବା, ଲ୍ୟାଣ୍ଡମାଇନ ଲଗାଇବା କାମ କରୁଥିଲା । ଗିରଫ ବେଳେ ଯବାନ ମାନେ ତା ନିକଟରୁ ୫ଟି ଇଲେକ୍ଟ୍ରି ଡିଟୋନେଟର ଓ ୨ ମିଟର ଲାଲ ରଙ୍ଗର କୋଡେକ୍ସ ତାର ଜବତ କରିଛନ୍ତି । ସେ ଗତ ୩ ମାସ ତଳେ ମୁରଲୀଗୁଡା ସିଆରପିଏଫ କ୍ୟାମ୍ପ ନିକଟରେ ଲ୍ୟାଣ୍ଡମାଇନ ଲଗାଇବାରେ ସମ୍ପୃକ୍ତ ଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲା । ଉକ୍ତ ଲ୍ୟାଣ୍ଡମାଇନକୁ ଅକ୍ଟୋବର ୧୫ ତାରିଖରେ ଯବାନ ମାନେ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ । ଗିରଫ ମାଓବାଦୀକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.