ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ

174

ଝାରସୁଗୁଡ଼ା,୧୩ା୧୦(ଡିକେ ନୁ୍ୟଜ):ଝାରସୁଗୁଡ଼ାରୁ ବିମାନ ବନ୍ଦରରୁ ଏଣିକିପ୍ରତିଦିନ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବବିମାନ । ନଭେମ୍ବର ୫ ତାରିଖରୁକୋଲକାତାକୁ ଝାରସୁଗୁଡ଼ାରୁ ବିମାନ ଚଳାଚଳକରିବ । ନଭେମ୍ବର ୧୫ରୁ ବେଙ୍ଗାଲୁରୁକୁଝାରସୁଗୁଡ଼ାରୁ ଉଡ଼ିବ ବିମାନ । ପ୍ରତିଦିନ ଏହିଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ ବୋଲିଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ୍ସ ( ପୂର୍ବରଟୁଇଟର )ରେ ସୂଚନା ଦିଆଯାଇଛି । ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକାତା ଅଭିମୁଖେ ବିମାନ ରାତି ୭ଟା ୫୫ମିନିଟରେ ବାହାରିବ । କୋଲକାତାରେ ଏହି ବିମାନ ରାତି୯ଟା ୨୦ ମିନିଟରେ ପହଞ୍ଚିବ । ସେହିଭଳି ବେଙ୍ଗାଲୁରୁଯିବାକୁ ଥିବା ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଦିନ୧୨ଟା ୫୦ ମିନିଟରୁ ବାହାରିବ । ଅପରାହ୍ନ ୨ଟା ୫୫ମିନିଟରେ ବେଙ୍ଗାଳୁରୁରେ ପହଞ୍ଚିବ ବିମାନ ।

Leave A Reply

Your email address will not be published.