ଆନ୍ଧ୍ରକୁ ଚାଲାଣ ବେଳେ ୧୫ ଶ୍ରମିକ ଉଦ୍ଧାର ୩ ଦଲାଲ ଗିରଫ

166

ମାଲକାନଗିରି : ନବରଙ୍ଗପୁର ଜିଲ୍ଲା ଉମରକୋର୍ ଅଞ୍ଚଳରୁ କାଲିମେଳା ଏବଂ କାଲିମେଳାରୁ ଆନ୍ଧ୍ର ପ୍ରଦେଶ କରିମନଗରକୁ ୪ ଜଣ ଶିଶୁ ଶ୍ରମିକ ସମେତ ମୋଟ ୧୫ ଜଣ ଶ୍ରମିକଙ୍କୁ ବେଆଇନ ବେଆଇନ ଭାବେ ଚାଲାଣ କରିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ କାଲିମେଳା ବସଷ୍ଟାଣ୍ଡରୁ ୩ ଜଣ ଶ୍ରମିକ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ଶ୍ରମିକ ଚାଲାଣ ହେଉଥିବା ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୭ ଗ୍ରାମର ତପନ ମଣ୍ଡଳ (୩୬, ସଚିନ ସରଦାର ଏବଂ ଉମରକୋଟ ଥାନା ବିକଲପଦର ଗ୍ରାମର ମୋହନ ହରିଜନ ରହିଛନ୍ତି । ଏମଭି-୫୭ ଗ୍ରାମର ତପନ ମଣ୍ଡଳ ଏବଂ ସମ୍ମାନ ସରଦାର ଉଭୟ ମୋହନ ହରିଜନକୁ ଉମରକୋଟରୁ ୧୫ ଜଣ ଶ୍ରମିକ ଆଣିବାକୁ କହିଥିଲେ ।

ଏହି ଶ୍ରମିକ ମାନଙ୍କୁ ଅଧିକ ଅର୍ଥଦେବା ଲୋଭ ଦେଖାଇ କରିମନଗରରେ କାମ କରିବା ପାଇଁ ଶ୍ରମିକ ମାନଙ୍କୁ ମୋହନ କାଲିମେଳା ନେଇଆସିଥିଲା ।ପରେ ସଚିନ ଏବଂ ତପନ ମୋହନ ଠାରୁ ୧୫ ଜଣ ଶ୍ରମିକ ଗ୍ରହଣ କରୁଥିବା ସମୟରେ କାଲିମେଳା ମୁଖ୍ୟଛକଠାରେ ପେଟ୍ରୋଲିଂ ଦାଇତ୍ଵରେ ଥିବା ଏଏସଆଇ କୁନାଲ କୁମାର ଏଏସଆଇ ହରି ଖରା, ହାବିଲଦାର ବନ୍ଧୁ ବିଦ୍ୟାର ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କର ସନ୍ଦେହ ହେବାରୁ ପୋଲିସ ସେମାନଙ୍କ ପାଖକୁ ଯାଇ ପଚରାଉଚରା ପରେ ଶ୍ରମିକ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଏହି ୩ ଜଣ ଦଲାଲ ଶ୍ରମିକ ମାନଙ୍କୁ ଚାଲାଣ କରି ନେଉଥିବା ତଦନ୍ତରୁ ଜଣାପଡିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।କାଲିମେଳା ପୋଲିସ ୨୧୪/୨୧ରେ ବିଭିନ୍ନ ସଂଗୀନ ଦଫା ଲଗାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଏବଂ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ଗାଁ କୁ ପଠାଇବା ପାଇଁ କାର୍ଯ୍ୟଚାଲିଥିବା ସହ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରି ଜଗଦୀଶ ବାରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.