ଛତିଶଗଡରେ ଏନକାଉଂଟରରେ ତିନି ମାଓବାଦୀ ମୃତ

153

ରାୟପୁର : ଛତିଶଗଡର ଦନ୍ତେବାଡା ଜିଲ୍ଲାରେ ପୋଲିସ ବଳର ଜବାନ ମାନଙ୍କ ସହ ଗୁଳି ବିନିମୟରେ ତିିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦନ୍ତେବାଡା ଏସପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଦନ୍ତେବାଡାର ଫରସପାଲ ଅଂଚଳରେ ଡିଷ୍ଟିକ୍ଟ ରିଜର୍ଭ ଗାର୍ଡ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେମାନଙ୍କ ଠାରୁ ଦେଶୀ ପିସ୍ତଲ ଓ ୩ କିଲୋ ଆଇଇଡି ଜବତ କରା ଯାଇଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.