ସ୍କୁଲ ଇନୋଭେସନ ଆମ୍ବାସଡର ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

178

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହ ସ୍କୁଲ ଇନୋଭେସନ ଆମ୍ବାସଡର ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଇନୋଭେସନ, ଉଦ୍ୟମିତା ଆଦି ବିଷୟରେ ୫୦ ହଜାରରୁ ସ୍କୁଲ ଶିକ୍ଷକଙ୍କୁ ତାଲିମ ଦିଆ ଯିବାର ଲକ୍ଷ୍ୟ ରଖା ଯାଇଛି ।

ଶ୍ରୀ ପ୍ରଧାନ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମ ଶିକ୍ଷା ମନ୍ତ୍ରଣାଳୟ, ଜନଜାତୀୟ ବ୍ୟାପାର ମନ୍ତ୍ରଣାଳୟ, ସିବିଏସଇ ଓ ଏଆଇସିଟିଇ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରା ଯାଇଛି । ଏହି କାର୍ଯ୍ୟକ୍ରମ ଲକ୍ଷ ଲକ୍ଷ ପିଲା ସେମାନଙ୍କର ଇନୋଭେସନ କ୍ଷମତା ବିକଶିତ କରାଇବାରେ ସହାୟକ ହେବା ସହ ଇନୋଭେସନର ସଂସ୍କୃତି ବିକଶିତ କରାଇବ ତଥା ନୂଆ ଭାରତ ତିଆରି ପାଇଁ ଭିତିଭୂମି ପ୍ରସ୍ତୁତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.