ଆଜି ଦେବସ୍ନାନ ପୂର୍ଣ୍ଣିମା : ଜନଶୂନ୍ୟ ନେମାଳ ପଦ୍ମବନ ପୀଠ

148

ସାଲେପୁର : ଆଜି ଦେବସ୍ନାନ ପୂର୍ଣ୍ଣିମା ଜନଶୂନ୍ୟ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ । ଏହି ଦିନକୁ ମହାପୁରୁଷଙ୍କ ମହାପ୍ରୟାଣ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଦିବସରେ ଚଳଚଞ୍ଚଳ ହୋଇଉଠେ ପଦ୍ମବନ ପୀଠ । ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସମାଗମ ହୋଇଥାଏ ଏହି ପୀଠରେ । ମହାପୁରୁଷ ଅଚ୍ୟୁତାନନ୍ଦ ଥିଲେ ଦିବ୍ୟଦ୍ରଷ୍ଟା ଓ ମହାନ ସାଧକ ତଥା ଭବିଷ୍ୟତ ମାଳିକାକାର, ଉତ୍କଳୀୟ ବୈଷ୍ଣବ କବି ଓ ଜଗନ୍ନାଥଙ୍କର ପରାମଭକ୍ତ ।

କଥିତ ଅଛି ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳ ଆସିଥାନ୍ତି ସେଥିପାଇଁ କୁହାଯାଇଛି “ଯେଉଁ ଜଗନ୍ନାଥ ମୁରତି ନିଳାଚଞ୍ଚଳରେ ସ୍ଥିତ ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ”। କେଉଁ କାଳରୁ ବହୁ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ଲମ୍ବିଚାଲିଛି ମହାପୁରୁଷଙ୍କ ପିଠରେ ଦେବସ୍ନାନ ପୂର୍ଣ୍ଣିମା ଓ ଯାତ୍ରା । ଶହସ୍ରାଧିକ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ ଆଜିର ଦିନରେ । ମାତ୍ର ଗତ ଦୁଇ ବର୍ଷ ହେଲା ଏହିଯାତ୍ରା ମହାମାରୀ କରୋନା ପାଇଁ ବନ୍ଦ ହୋଇଛି । ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ପୀଠ ଚତୁର୍ପାଶ୍ୱରେ ଜାରି କରାଯାଇଛି ୧୪୪ ଧାରା । ଆଜି ସ୍ଥାନଟି ଜନଶୂନ୍ୟ ଓ ଭକ୍ତ ଶୂନ୍ୟ ପରିଲକ୍ଷିତ ହୋଇଛି ।ନିଶ୍ଚିନ୍ତକୋଇଲି ତହସିଲଦାର ତଥା ଟ୍ରଷ୍ଟର ସଦସ୍ୟ ମାନସରଞ୍ଜନ ତାରାଶିଆ, ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ପୋଲିସ ଟିମ ସହ ଉପସ୍ଥିତ ରହିଛନ୍ତି । କୋଭିଡ କଟକଣା ମଧ୍ୟରେ ସେବାୟତ ସଂଘ ସଭାପତି କ୍ଷମାନିଧି ପୂଝାରୀଙ୍କ ତତ୍ୱାବଧାନରେ ସେବାପୂଜା ଓ ନୀତିକାନ୍ତି ସମ୍ପନ୍ନ ହେଉଛି ।

Leave A Reply

Your email address will not be published.