ବୁଗୁଡା: “ସ୍ୱାସ୍ଥ୍ୟ ହେଉଛି ଅମୂଲ୍ୟ ସମ୍ପଦ”। ଯଦି ସ୍ୱାସ୍ଥ୍ୟ ଖରାପ ଅଛି ତେବେ ନା ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଦାନ ଦେଇ ପାରିବେ, ନା ଛାତ୍ରଛାତ୍ରୀ ଶିକ୍ଷା ଦାନ ଗ୍ରହଣ କରିପାରିବେ । ଏହି ବିଷୟକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଓ ସଫାସୁତୁରା ପ୍ରତି ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ସ୍ୱଚ୍ଛତା ପାଇଁ ସମସ୍ତ ବିଦ୍ୟାଳୟର ଶିକ୍ଷକ ପ୍ରତିନିଧି ମାନଙ୍କୁ ତାଲିମ ପ୍ରଦାନ ଓ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ହାତକୁ ନେଇଥିଲେ ମଧ୍ୟ ଓଡ଼ିଶାର ୮୫୭ ସ୍କୁଲରେ ଏହା ସଫଳ ହୋଇ ପାରିନଥିବା ୟୁନିସେଫ ପ୍ରକାଶ କରିଛନ୍ତି। ବୁଗୁଡା ବ୍ଲକର ସେହିପରି ୩୩ ଗୋଟି ବିଦ୍ୟାଳୟ ଥିବାବେଳେ ସେହି ସବୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ କେହି ଜଣେ ଲେଖାଁଏ ପ୍ରତିନିଧିଙ୍କ ସମେତ ୧୧ ଜଣ ସିଆରସିସିଙ୍କୁ ନେଇ ଫେବୃୟାରୀ ୦୩ ତାରିଖ ଦିନ ବୁଗୁଡାର ପିପୁଲସ ହାଇ ସ୍କୁଲ ପରିସରରେ ଏକ ସ୍ୱଚ୍ଛତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବୁଗୁଡା କାର୍ୟ୍ଯରତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିବା ବେଳେ ଭାରତ ଜ୍ଞାନ ବିଜ୍ଞାନ ସମିତି ସ୍ୱେଚ୍ଛାସେବୀ ସଂଗଠନର ଗଞ୍ଜାମ ଜିଲ୍ଲା ସଂଯୋଜକ ଅନିଲ କୁମାର ବେହେରା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। କିପରି ଛାତ୍ରଛାତ୍ରୀ ବୃନ୍ଦ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ସେଥିପାଇଁ ସୁନିଶ୍ଚିତ କରିବା ସହ ଛାତ୍ରଛାତ୍ରୀଙ୍କ ହାତଧୁଆ, ପରିବେଶ ସଫାସୁତୁରା, ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଭୃତି ବିଷୟ ନେଇ ତାଲିମ ପ୍ରଦାନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.