ପୋଲସରା: ଏକ ବନ୍ୟ ପ୍ରାଣୀ ସମ୍ବର ଆସି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣଙ୍କ ଘର ଭିତରକୁ ଚାଲି ଯାଇଥିଲା । ଏହାକୁ ଉଦ୍ଧାର କରିବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ବହୁ ଚେଷ୍ଟା ପରେ ସମ୍ବରକୁ ଧରିଥିଲେ । ଅପରାହ୍ନ ସମୟରେ ଏକ ସମ୍ବର ଜଙ୍ଗଲରୁ ଆସି ପୋଲସରା ଏନଏସି ରାଣିପଡା ବଡ ସାହିର ରତ୍ନାକର ପ୍ରଧାନ ଙ୍କ ଘର ଭିତରକୁ ଚାଲି ଯାଇଥିଲା । ଭୟଭୀତ ସମ୍ବର ରତ୍ନାକରଙ୍କ ପାଇଖାନା ଘର ଭିତରକୁ ଯାଇ ରହିଯାଇଥିଲା । ରତ୍ନାକର ପ୍ରଧାନଙ୍କ ପରିବାରର ଲୋକମାନେ ସମ୍ବର ଟିକୁ ବାହାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହେବା ପରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇ ଥିଲେ । ଖବର ପାଇ ବନ କର୍ମଚାରୀ ମାନେ ଜନ୍ତା ପ୍ରଭୃତି ଧରି ସମ୍ବରଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ବହୁ ଚେଷ୍ଟା ପରେ ପୋଲସରା ଓ ଆସିକା ବନବିଭାଗ କର୍ମଚାରୀ ଏବଂ ପୋଲସରା ଥାନା ଆଇଆଇସି ଓ କର୍ମଚାରୀଙ୍କ ଚେଷ୍ଟାରେ ସମ୍ବରଟିକୁ ଯନ୍ତାରେ ରଖି ସୁରକ୍ଷା ବଳୟ ଭିତରେ ଜଙ୍ଗଲରେ ଛାଡି ଦିଆଯାଇଥିଲା । ବନାଞ୍ଚଳ ଅଧିକାରୀ ସଚିନ ବେହେରା, ବନପାଳ ସୁକାନ୍ତ ପଟ୍ଟନାୟକ, ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ, ସହକାରୀ ଉପ ଆରକ୍ଷୀ ନିରୀକ୍ଷକ କେଶବ ଚନ୍ଦ୍ର ଷଡଙ୍ଗୀ ପ୍ରଭୃତିଙ୍କ ସମେତ ଆସିକା ବନବିଭାଗ କର୍ମଚାରୀ ମାନେ ସମ୍ବର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.